STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

କଡ ଲେଉଟାଏ କାଳ

କଡ ଲେଉଟାଏ କାଳ

1 min
113

କରୋନା ହାରେନା କରୁଣା କରେନା ପ୍ରକୋପ ତା'ର କମେନା

ବିଶ୍ୱ ଶକ୍ତିମାନ କେତେ ହୀନିମାନ ଭରସା ଆଉ ପାଏନା

ଆମେରିକା ଫ୍ରାନ୍ସ ଇଟାଲି ସ୍ପେନ୍ କାହାରିକୁ ସିଏ ଛାଡେନା 

ଉମରମତା ଏ ମଣିଷ ପିଞ୍ଜରା ବଦ୍ଧ ହୋଇବି ଚେତେନା

ଧିକ ତା ପିପାସା କାମନା ବାସନା କେଡେ ସିଏ ନୀଚ ମନା

ମରି ମରି ବଞ୍ଚେ ମହାକାଳ ଦେଖି ସମ୍ମୁଖରେ ବୁଝି ପାରେନା

ପଶୁପକ୍ଷୀ ଧରି ପିଞ୍ଜରାରେ ଭରି ଦେଉଥିଲା ଯିଏ ଯାତନା

ବାଲକୋନିରେ ସେ ମୁହଁ କାଢିଛନ୍ତି ପଶୁ ସିନା ହସି ପାରେନା

ଗୃହବନ୍ଦୀ ରୁହ ପରାମର୍ଶ ଦେଲେ ନାସମଝ ବୁଝି ପାରେନା

ବାହାନା କରିକି ବାଇକଟେ ଧରି ପୁଲିସ ଲାଠିକି ଡରେନା

ମଦ ନ ମିଳିଲେ ସ୍ପିରିଟ୍ ପିଉଛି ବିଷ ବୋଲି ଜାଣି ପାରେନା

ଅବା ସବୁ ଜାଣି ଅଜଣା ହେଉଛି ଦେଉଛି ଅଶୁଭ ସୂଚନା

ଧରମ ନାମରେ ପାପାଚାରୀ ଥୋକେ କରୁଛନ୍ତି ନାନା ବାହାନା

ପୂଜା ପାଠ କରି ଧର୍ମ ନାମ ଧରି ନିରୀହଙ୍କୁ ଆଉ ମାରନ

ବସ୍ତିରେ ଗୋଟିଏ ଚିହ୍ନଟ ହୋଇଲେ ବସ୍ତି ସିଲ୍ ହୁଏ ବୁଝେନା

ପରିବାର ସାଥେ ସମୟ କାଟିବା ସୁଯୋଗ ସିଏ ମାନେନା 

ଆହେ ମହାକାଳ କରୋନା ପଠାଇ ଦେଉଛ କି ତୁମେ ଚେତନା

କରୋନାରୁ ଯଦି ମଣିଷ ନଶିଖେ କଫିନରେ ଜାଗା ମିଳେନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract