Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

କବୟିତ୍ରୀ ଅମ୍ରିତା ପ୍ରୀତମ୍ ସ୍ମରଣେ

କବୟିତ୍ରୀ ଅମ୍ରିତା ପ୍ରୀତମ୍ ସ୍ମରଣେ

1 min
177


ଜନ୍ମ ଅମ୍ରିତା ପ୍ରୀତମଙ୍କର 1921ରେ 

ଲାହୋରରେ

ଅବିଶ୍ୱସନୀୟ ସଫଳତା ପାଆନ୍ତି ସେ

ଲେଖିକା ହିସାବରେ |୧|


ଅମ୍ରିତା ପ୍ରୀତମ ଥିଲେ ପଞ୍ଜାବର ଏକ

ଅନିନ୍ଦ୍ୟ ସୁନ୍ଦରୀ

ଜନ୍ମଭୂମି ପଂଜାବରେ ନିଜର କର୍ମଭୂମି 

କରନ୍ତି ତିଆରି |୨|


ପିତା ଭକ୍ତି ସଙ୍ଗୀତର କବି ଥିଲେ

ପଞ୍ଜାବୀ ଭାଷାରେ

ଅମ୍ରିତା ଭକ୍ତି ସଂଗୀତ ବଦଳେ ମନ 

ଦେଲେ ପ୍ରେମ ସଙ୍ଗୀତରେ |୩|


ଲେଖିଲେ ନାରୀ ମନର ଅନେକ 

ଅନେକ ଅକୁହା କଥା

ପ୍ରେମ ବିରହ ନାରୀ ନିର୍ଯ୍ୟାତନା 

ବେଦନାର ବ୍ୟଥା |୪


ଅମର ପ୍ରେମକୁ ଜୀବନ୍ୟାସ ଦିଅନ୍ତି 

ଲେଖନୀ ମୁନରେ

ସଫଳତା ମିଳିଲା ଅମରତ୍ବ ଲାଭ 

କରନ୍ତି ସେ କୃତିରେ |୫|


ସେ ମଧ୍ୟ ଜଣେ ଗଦ୍ୟ ଲେଖିକା ଭାବେ 

ଲଭନ୍ତି ସଫଳତା  

ଅଜସ୍ର ପୁରସ୍କାର ସମ୍ମାନ ପ୍ରାପ୍ତ ସେ ବି

ଶତାଧିକ ପୁସ୍ତକର ସ୍ରଷ୍ଟା |୬|


ହାସଲ କରନ୍ତି ସେ ପଦ୍ମଶ୍ରୀ ପଦ୍ମଭୂଷଣ 

ଓ ପଞ୍ଜାବ ରତ୍ନ  

କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଓ ଜ୍ଞାନପୀଠ

ରେ ମଧ୍ୟ ସମ୍ମାନିତ |୭|


ନିଜ ଜୀବନରେ ପ୍ରେମ କାହାଣୀ ରୋଚକ 

ଥିଲା ତାଙ୍କର

ବିଶିଷ୍ଟ ଗୀତିକାର ସାହିର ଲୁଧାନୀ ରାଜ

କୁମାର ତାଙ୍କ ସ୍ୱପ୍ନର |୮|


ସାହିର ଲୁଧାନୀଙ୍କ ସହିତ ଅମ୍ରିତାଙ୍କ ଏକ 

ଟାଉନ ବସରେ ଦେଖାହୁଏ  

ଅଜାଣତରେ ଏହି ପ୍ରତିଭାକୁ ଅମ୍ରିତା ତାର

ହୃଦୟ ଦେଇ ଦିଏ |୯|


ଲୁଧାନୀ ଆଙ୍କନ୍ତି ଅମ୍ରିତାଙ୍କ ଛବି ତାଙ୍କ ଊର୍ଦ୍ଦୁ 

ଭାଷା ଗୀତରେ 

ପରସ୍ପରଙ୍କ ପ୍ରେମ ଭାବନାକୁ ଉଭୟେ ଅନେକ 

କବିତା ଗୀତ ରଚନାରେ |୧୦|


ଅମ୍ରିତାଙ୍କ ପ୍ରେମ ମନର ଆବେଗ ମନ ଭିତରେ 

ଦଗ୍ଧ ହେଉଥିଲା

ଉଭୟେ କିଏ କାହାକୁ ଖୋଲି ବିବାହ ପ୍ରସ୍ତାବ 

ଦେଇ ପାରୁ ନଥିଲା |୧୧|


1960 ମସିହାରେ ଦିନେ ଅମ୍ରିତା ତାଙ୍କ ମନର 

କଥା କହିବା ପାଇଁ ଫୋନ ଲଗାଇଲେ  

ଅପର ପାଖରୁ ସାହିର ପରିବର୍ତ୍ତେ ଗାୟିକା ସୁଧା 

ମାଲହୋତ୍ରା କଣ୍ଠସ୍ୱରକୁ ପାଇଲେ |୧୨|


ବିରହ ଦୁଃଖରେ ଭାଙ୍ଗି ପଡିଲେ ଅମ୍ରିତା ତାଙ୍କ 

ଜୀବନର ସୋପାନରେ

ଅନ୍ତତକ ଭଲ ପାଉଥିଲେ ସାହିରଙ୍କୁ ପ୍ରେମ ଯନ୍ତ୍ରଣା 

ଫୁଟିଉଠିଲା ପ୍ରତ୍ୟେକ ପ୍ରେମ କବିତାରେ |୧୩|


ଜ୍ଞାନପୀଠ ପୁରସ୍କାର ପରେ ବିଭିନ୍ନ ପତ୍ର ପତ୍ରିକା 

ତାଙ୍କ ସାକ୍ଷାତକାର ନେଇଥିଲେ 

ସାହିର ତାଙ୍କ ଜୀବନର ଅବିଛେଦ୍ୟ ଅଙ୍ଗ ପ୍ରେମ

ଜୀବିତ ବୋଲି ସେ ସମସ୍ତଙ୍କୁ କହିଥଲେ |୧୪|



Rate this content
Log in

Similar oriya poem from Inspirational