STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

କବିଟିଏ

କବିଟିଏ

1 min
14K


କବିଟିଏ ମୁହିଁ ଲେଖୁଛି କାହାଣୀ ।।

ଲେଖୁଛି ପୁଣି କବିତା

ଶବ୍ଦ ସାଉଁଟି ସଂଯୋଜନା କରି

ଲେଖୁଛି ମନର କଥା

ତୁଷାର୍ତ ପରି ଶବ୍ଦ ଖୋଜୁଛି

ନିଜ ଭାବନା ରାଜ୍ୟରେ

ଯାଯାବର ପରି ଘୁରିବୁଲୁଅଛି

ସୁନ୍ଦର ଶବ୍ଦ ପଛରେ

ସୁନ୍ଦର ଶବ୍ଦ ଟେ ଯଦିପାଇଯାଏ

ଖୁସିରେ ମୁଁ ନାଚିଯାଏ ।।

ମୋର ଭାବନାର କବିତାରେ ମୁହିଁ

ଶବ୍ଦ ଟିକୁ ଖଞ୍ଜିଦିଏ

କବିର ମନକୁ ଭାବୁଛି ବା କିଏ

ଭାବନାରେ ଭାସୁଥାଏ

ପ୍ରଶଂସା ଟିକିଏ ପାଉ କି ନପାଉ

କବି,,ଲେଖାରେ ହିଁ ଖୁସିପାଏ ।।


ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational