କବିତାୟନ-06 ନିଜ ବ୍ୟବହାର ସଦଗୁଣେ
କବିତାୟନ-06 ନିଜ ବ୍ୟବହାର ସଦଗୁଣେ
ନିଜ ବ୍ୟବହାର ସଦଗୁଣେ ଆଉ ସଚ୍ଚରିତ୍ର ପ୍ରତିଦାନେ,
ଭଲ ବନ୍ଧୁଟିଏ ମିଳିଯାଇଥାଏ ଖୋଜୁଥିଲେ ମନେ ମନେ |
ଆମ କର୍ମଫଳ ଶୁଖାମଞ୍ଜି ପରି ସାଇତି ରହୁଛି ବଳେ,
ସେ ମଞ୍ଜିର ଗଛ ଉଠି, ବିଷ କେବେ ଅମୃତର ଫଳ ଫଳେ |
ଶକ୍ତିଶାଳୀ ହେବା ନିଜପାଇଁ ସିନା ରୁକ୍ଷ ନୁହେଁ ଅନ୍ୟପାଇଁ,
ସ୍ଵାଭିମାନୀ ଥିବା ଦୁର୍ବଳ ହେବନି ଦୟା ମନୋଭାବ ନେଇ |
ପ୍ରେମ ଅନୁରାଗ ଶ୍ରଦ୍ଧା ସମ୍ମାନଠୁଁ ତ୍ୟାଗର ମହତ୍ୱ ବେଶି,
ରୂପ ସୁନ୍ଦରଠୁଁ ଭଲ ଆଚରଣ, ଗୁଣ ଦେଇପାରେ ଖୁସି |
ମାନବିକତା ହିଁ ଧନ ସଂପତ୍ତିକୁ ସହଜରେ କରେ ଜୟ,
ସବୁଠାରୁ ବଡ଼ ମହତ ପଣିଆ ବିପଦ ବେଳେ ସହାୟ |
