STORYMIRROR

Ram Prasad Bisoi

Fantasy Romance

2  

Ram Prasad Bisoi

Fantasy Romance

କବିତାର ଶେଷ ପରିଣତି

କବିତାର ଶେଷ ପରିଣତି

5 mins
2.7K


କବିତାର ଶେଷ ପରିଣତି

ଅନେକ କିଛି କହିବାର ଥିଲା

ଶୁଣିବାର ବି ବେଶ ଥିଲା,

ହେଲେ ତୁମେ ,

#କବିତା ହୃଦୟ

ଅତି ଚତୁର ଚୋର,ସବୁ ପଚାରି ବୁଝିନିଅ,

କିଛି କୁହ ନାହିଁ,

ଲେଖାଇ ନିଅ,ମନ ତଳେ 

ଛୁପା ଯେତେ ଅକୁହା କଥା

କହିଦିଅ ,ପଢିନେଲି, ବୁଝିନେଲି ଶୁଣିନେଲି,ଶୁଣାଇଦେବି ସବୁତକ

ଯିଏ ଚାହିଁବ ପଢି ପାରିବ

କେତେ ଅଳଙ୍କାର,ଉପମା,ବ୍ୟଞ୍ଜ, ବ୍ୟଞ୍ଜନ ପ୍ରୟୋଗ କରି ସୃଷ୍ଟି କଲ

ଛନ୍ଦ, ପଂକ୍ତି,ଶବ୍ଧ, ଭାଵ,ଆବେଗ 

ପଞ୍ଚଇନ୍ଦ୍ରିୟ ଯୁକ୍ତ କରି, 

ତୁମ ରହିବା ନ ରହିବା କିଛି ପଡେନି ମୋର ଫରକ

ଆଜି ତୁମର ହୋଇ ରହିଛି,

କାଲି ଆଉ କାହା 

ସନ୍ତକ ବାକ୍ସରେ ଲୁଚି ହୋଇ ପଡିଥିବି ଲାଖ ତିଆରି ପ୍ରେମିଯୁଗଳଙ୍କ ନାଲି ସୁନ୍ଦର ମୂର୍ତ୍ତିଟିଏ ଭଳି,ମୋ ଭାଗ୍ୟ,

କିଏ ? ଥିଲା 

କେଜାଣି ସେ କାରିଗର ,କିଏ ?

ତାକୁ ଜାଣିଛି----------!

ଦେଖ ତୁମ କବିତାକୁ

ଚାହା ଦୋକାନି ବିସ୍କୁଟ ଦୁଇଟିକୁ ଗୁଡ଼ାଇ 

ରଦି କାଗଜ ବସ୍ତାନି ଭିତରୁ ଦହନୀୟ ଅବସ୍ଥାରେ 

ବାହାର କରି କପେ ଚାହା ସହ ବରାଦିଆ ଗରାଖକୁ ବଢାଇ ଚାଲିଛି,

ଏ କଣ ?

ଥିଲା,ମୋ ପ୍ରତିକ୍ଷାର ଶେଷ ପରିଣତି----!

 ©® କାଶ୍ୟପ,ରାୟଗଡା

   ମୋ-୯୪୩୭୨୩୪୪୭୩,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy