Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITENDRA CHANDRA SAHOO

Classics

4  

JITENDRA CHANDRA SAHOO

Classics

କବିତା

କବିତା

1 min
267


ଯାଯାବର ହୋଇ ଶବଦ ଗୁଡ଼ିକ

ବୁଲୁଥିଲ ତୁମେ ବାର ଦୁଆର

କବିତା ପ୍ରେମରେ ପଡ଼ିଗଲା ପରେ

ରୂପ ବଦଳାଅ ଅନେକ ଥର ।


କେବେ ରଙ୍ଗବତୀ, କେବେ ଚିତ୍ର ବତୀ

କେବେ ଅଭିମାନୀ ପ୍ରେମ ଋତୁର

ବିନ୍ଧାଣି ଲେଖନୀ ବନ୍ଧରେ ତୁମକୁ

ବାନ୍ଧିଛି ଯତନେ କରି ଆଦର ।


କେବେ ସାୟଂ କାଳ, କେବେ କୋଳାହଳ

କେବେ ଛଳ ଛଳ ଅଶ୍ରୁ ଦିଧାର

କେବେ ପତ୍ର ଦଳ କେବେ ତୁ କୋକିଳ

କେବେ କଳ କଳ ଝରଣା ନୀର ।


କେବେ ତୁ ଭକ୍ଷକ କେବେ ତୁ ରକ୍ଷକ

କେବେ କ୍ଷଣ କୋପ ତୋର

କେବେ ଦୟା କ୍ଷମା କେବେ ଦଣ୍ଡ ଅକ୍ଷ

କେବେ ମୋକ୍ଷ ଏ ଜୀବର ।


କେବେ ତୁ ଉଲ୍ଲାସ କେବେ ତୁ ବିଳାସ

କେବେ ଶଶୀ କୁମୁଦର

କେବେ ତୁ ଭ୍ରମର କେବେ ପୁଷ୍ପ ବାସ

କେବେ ମଧୁମାଳତୀର ।


କେବେ ତୁ ସପନ କେବେ ଧନ ଜନ

କେବେ ମମତାର ଧାର

କେବେ ତୁମେ ଆସି ବିରହ ବ୍ୟଥାରେ

ଢାଳ ଅମୃତର ଧାର ।


Rate this content
Log in

Similar oriya poem from Classics