STORYMIRROR

Puspanjali Panda

Abstract

2  

Puspanjali Panda

Abstract

କବିତା-ପ୍ରେମମୟ :ଏକ ସନେଟ୍

କବିତା-ପ୍ରେମମୟ :ଏକ ସନେଟ୍

1 min
134

ସତେ ପ୍ରେମମୟ ଆସିଛ ଆଯି

ଫୁଲରେ ଫୁଲରେ ପଡୁଛି ବାଜି

ତୁମ ଆସିବାର ଯେତେ ବାରତା

ବସନ୍ତ ,କୋଇଲି ,କହନ୍ତି କଥା

ମହଣ ମହଣ ବଉଳ ବାସ

ମନଲୋଭା ସତେପ୍ରକୃତି ବେଶ

ଫଗୁଣର ଫଗୁ ଉଡାଏ ରଙ୍ଗ

ମାଦକ ଭରାଏ ସେ ଢ଼ଙ୍ଗଢାଙ୍ଗ

ଟିକିଏ ସାନିଧ୍ୟ ପାଇବା ପାଇଁ

ଫୁଲରେ ଭ୍ରମର କି ହାଇଁପାଇଁ

ମହୋତ୍ସବ ଚାଲେ ଡାଳ ପତ୍ରରେ

ମୃଦୁ ଶିହଳଣ ଜାଗେ ଗାତ୍ରରେ

ତନ୍ଦ୍ରା ଜଡ଼ିତ ଏ ପଲକ ,ନିଶି

ଦେଖାଏ ରୂପର ମାଧୁର୍ଯ୍ୟ ବେଶି

ପରିତୃପ୍ତି ଭରା ପ୍ରକୃତି ମିତ

ଆଲୋଡିତ କଣ୍ଠେ ମୃଦୁ ସଙ୍ଗୀତ

ପ୍ରତୀକ୍ଷା ର ଅନ୍ତ ଘଟିଛି ପ୍ରିୟ

ଆଲିଙ୍ଗନ ପାଇଁ ହୃଦ ଅଥୟ

ଝୁମୁଛି ଜୀବନ ଅବିର ମାଖି

ସ୍ନେହ ସରସର ହୃଦୟ ପକ୍ଷୀ

ଜୀବନ ସଙ୍ଗୀତ ଗୋଟିଏ ଲୟ

ପ୍ରିତୀ ପରଶରେ ବୁଡାଇ ଦିଅ 

ପ୍ରେମମୟ ପ୍ରେମ ପରଶ ଦେଇ

ପ୍ରାଣପ୍ରୟାଣରେ ଦିଅ ଦେଖାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract