STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

କବିତା ପ୍ରେମ

କବିତା ପ୍ରେମ

1 min
599


କବିତା ପ୍ରେମରେ ପଡି ଲେଖୁଛି ଆଜି

ତୁମର ସେହି ପ୍ରିୟ କବିଟି ସାଜି

ଲେଖୁ ଲେଖୁ ମୁଁ ହୋଇଲି କବି

ଆଖିରେ ମୋର କେତେ ପ୍ରତିଛବି

ପ୍ରତି କବିତାରୁ ପାଏ ମୁଁ ଉତ୍ତର

ନିଜର ପରିଚୟ ଦେବା ନାହିଁ ଦରକାର

କୋମଳ ମନକୁ ମୁଁ ବୁଝାଇ କହେ

ମୋର କବିତା ସମସ୍ତଙ୍କ ମନକୁ ଛୁଏଁ

କବିତା ଲେଖିବା ମୋର ନିଶା

ମନରେ ରଖିଛି ବହୁତ ଆଶା

ମୁଁ ଓଡିଆ ଆଜି ସତରେ ମୁଁ ଗର୍ବିତ

ମୋ ଭାଷା ଅଟେ ସେତ ସାହିତ୍ୟ

ନିଜ ସଂସ୍କୃତି ପରମ୍ପରା ଭୁଲିବି ନାହିଁ

ତାକୁ ସର୍ବଦା ବଜାୟ ରଖିବି ତହିଁ

ଯେତେ ବାଧାବିଘ୍ନ ପଡିଥାଉ ପଛେ

ଭୁଲିବି ନାହିଁ କେବେ ସମୟର ସ୍ରୋତେ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational