STORYMIRROR

Amita Dash

Tragedy

3  

Amita Dash

Tragedy

କବିତା ପର୍ବକବିତା ସଂଖ୍ୟା ୨୧

କବିତା ପର୍ବକବିତା ସଂଖ୍ୟା ୨୧

1 min
194


ମନର ମାନସାଙ୍କ!

ସେଇ ସାତଦିନ ନାଲି ରକ୍ତ ବୋହିବା କାରଣ?

ମାଆ ଅଙ୍କକଷାରେ ସମାଧାନ।

ମାଆ ପୁରୁଣା ଲୁଗାର ତିନି,ଚାରି

ଖଣ୍ଡ ଚିରିକି ଦବ।

ପିନ୍ଧା ଧୂଆହୋଇ ବାଡି ବାଡରେ

 ଶୁଖାଯିବ।

ନଡାଚାଳର ଓରାରେ ମାସ ସାରାଗେଞ୍ଜି ଥିବ।

ପରବର୍ତ୍ତୀ ମାସର ଅପେକ୍ଷାରେ

ସେଇଠି ରହିବ।

ବାପା,ଭାଇଙ୍କ ନଜର ଆଢୁଆଳ

ଦେଖିଲେ ଅମଙ୍ଗଳ ହେବ।

ବାଡିରେ ସାପ, ତେଲୁଣିପୋକ

ଚଢିଲେ?

ଚାଳରେ ବୁଢିଆଣୀ କନାରେ

ମୁତିଲେ।

ମୋତେ ଯୋଉ ରୋଗ ହେବ।

ମାଆର ତେବେ ନଥିବ।

ସରସ୍ଵତୀ ପୂଜା ର ନୂଆ ଜାମା ମୋର, ଧୋବଣୀ ନବନବ

ହୋଇ ଉଇ ଲାଗିଲେ

ମାଆ ଆଉ ନୂଆ ଜାମା ଦବ?

ଆଜି ବାପାଙ୍କୁ ଚିଠି ଲେଖିବି

ବିନା ଖଣ୍ଡିଆରେ ଏତେ ରକତ

ବୋହୁଚି। ମାଆ

ଡାକ୍ତର ଖାନା ନନେଇ,ସାତଦିନରେ ଖଣ୍ଡିଆ

ଶୁଖିବ କହୁଚି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy