Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-06 : ପ୍ରେମର ପରିଭାଷା : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-06 : ପ୍ରେମର ପରିଭାଷା : -ଡକ୍ଟର କୃତ୍ତିବାସ ନାୟକ

1 min
186



ତୁମେ ତ କହିଛ ପୀରତିର ଭାଷା-

ପ୍ରଣୟର ପରିଭାଷା,

ପ୍ରେମ ସିନା ଏକ ସାଧନାର ପଥ, 

ନୁହେଁ କାମନାରେ ନିଶା | (ଘୋଷା)


ତ୍ୟାଗରେ ବଢ଼ଇ ଲୋଭରେ ଛିଡ଼ଇ ଅତିରେ ହୁଅଇ ଇତି,

ପାଶେ ଆସୁଥିବ ଦୂରେ ରହୁଥିବ ଚିରଦିନ ଥିବ ପ୍ରୀତି |

ଦେଇଥିଲେ କିଛି ଭୁଲି ଯାଉଥିବା-

ନରଖି ପାଇବା ଆଶା | 

ତୁମେ ତ କହିଛ ପୀରତିର ଭାଷା 

ପ୍ରଣୟର ପରିଭାଷା |(1)


ଅଳପ କଥାରେ ଗଳପ କରିବା ଛାତିକୁ ପଥର କରି,

ମାନ-ଅଭିମାନେ କାତର ନହୋଇ ରହିବା ଧଇର୍ଯ୍ୟ ଧରି |

ଭାବ ପ୍ରବଣତା ପ୍ରେମରେ ରହିଲେ- 

ହୋଇଯିବା ଲୋକହସା | 

ତୁମେ ତ କହିଛ ପୀରତିର ଭାଷା 

ପ୍ରଣୟର ପରିଭାଷା | (2)



Rate this content
Log in

Similar oriya poem from Romance