Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-03 : ଜହ୍ନରାତି : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-03 : ଜହ୍ନରାତି : -ଡକ୍ଟର କୃତ୍ତିବାସ ନାୟକ

1 min
240



ଚମକେଇ ଦିଏ ପୂନେଇଁର ଚାନ୍ଦ ଗୋଟିଏ ରଜନୀ ପାଇଁ,

ଚୋରା ପୀରତିରେ ଯେଉଁ ସୁଖ ଅଛି କେଉଁଠି ସେ ସୁଖନାହିଁ | (ଘୋଷା)


ମାଗି ଆଣିଥିଲେ ତିଅଣ କେଉଁଠୁ ତା' ସୁଆଦ ମନେ ରହେ,

ପାଇ ଯାଇଥିଲେ ଖୋଜୁଥିବା ଚିଜ ଗଣ୍ଠିଧନ ହେଇଯାଏ |

ଚନ୍ଦନ କାଠକୁ ଘୋରିଦେଲେ ସିନା ବାସଦିଏ ଚହଟାଇ |

ଚୋରା ପୀରତିରେ ଯେଉଁ ସୁଖ ଅଛି କେଉଁଠି ସେ ସୁଖନାହିଁ | (1)


ମହୁମାଛି ଖାଏ ଫୁଲରସ ପୁଣି ସଞ୍ଚି ରଖେ ତା' ଅଇଁଠା,

ଦେବତା ମଥାରେ ଢଳା ହୁଏ ମହୁ ମଣିଷକୁ ଲାଗେ ମିଠା |

କ୍ଷୀର ଆଉ ନୀର ମହୁ ଆଉ ପ୍ରେମ ଅଇଁଠା ହୁଏନା କାହିଁ |

ଚୋରା ପୀରତିରେ ଯେଉଁ ସୁଖ ଅଛି କେଉଁଠି ସେ ସୁଖନାହିଁ | (2)



Rate this content
Log in

Similar oriya poem from Romance