STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-01 :ଶୀତ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-01 :ଶୀତ : -ଡକ୍ଟର କୃତ୍ତିବାସ ନାୟକ

1 min
241


ଏଇଶୀତ ପାଇଁ ରହିଥିଲି ଚାହିଁ ଭାବନାର ଦୀପଜାଳି,

କୁନ୍ଦକଳିର କାମନା ନେଇ ମୁଁ ନିଜେ ଯାଇଥିଲି ଜଳି |(ଘୋଷା)


ମନ ବେହେଲାରେ ମେଘ ମହ୍ଲାର ସୁର ଦେଇଥିଲି ତୋଳି,

ସେ ତାନ ଶୁଭିଲା ତୁମରି କାନରେ ତୁମମାନ ଗଲା ଢଳି | 

ମିଳନ ରଙ୍ଗରେ ରଙ୍ଗେଇ ହୋଇ ମୁଁ ରହିଲି ଦୁଆର ମେଲି |

ଏଇଶୀତ ପାଇଁ ରହିଥିଲି ଚାହିଁ ଭାବନାର ଦୀପଜାଳି |(1)


ଛନଛନ ମନେ କନକନ ଶୀତେ ସାଉଁଳେଇ ଦେଲ ମୋତେ,

ଗହନ ନିଦରେ ଶୋଇ ପଡ଼ିବାକୁ ଗପ କହିଦେଲ କେତେ |

ଶୀତୁଆ ରାତିର ମଧୁର ସପନ ଆଗରୁ ଦେଖି ନ ଥିଲି |

ଏଇଶୀତ ପାଇଁ ରହିଥିଲି ଚାହିଁ ଭାବନାର ଦୀପଜାଳି |(2)



Rate this content
Log in

Similar oriya poem from Romance