କବିତା ପର୍ବ : (ଅତିରିକ୍ତ) : ଗୀତି କବିତା-94: ମନ -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) : ଗୀତି କବିତା-94: ମନ -ଡକ୍ଟର କୃତ୍ତିବାସ ନାୟକ
ମନ ତୋର ଗଙ୍ଗାଜଳ ମନ ମହାତୀର୍ଥ,
ମନରେ ଭରିଛି ଅର୍ଥ ଅନେକ ଅନର୍ଥ |(ଘୋଷା)
ମନ ତୋର ମହାଗୁରୁ ଦେଖାଉଛି ବାଟ,
କାହାକୁ ପଚାରୁ ପୁଣି କାହିଁ ସ୍ୱର୍ଗପଥ ?
ମନରେ ରହିଛି ବଳ ଖୋଜେ ନିଜ ସ୍ୱାର୍ଥ |
ମନ ତୋର ଗଙ୍ଗାଜଳ ମନ ମହାତୀର୍ଥ,
ମନରେ ଭରିଛି ଅର୍ଥ ଅନେକ ଅନର୍ଥ |(1)
ମନକୁ ଛୁଇଁବ ପାପ ସନ୍ଦେହ ରହିଲେ,
ମନ କରିପାରେ ପୁଣ୍ୟ ଧର୍ମପଥେ ଗଲେ |
ମନ ଟାଣଥିଲେ ଲକ୍ଷ୍ୟ ହେବନାହିଁ ବ୍ୟର୍ଥ |
ମନ ତୋର ଗଙ୍ଗାଜଳ ମନ ମହାତୀର୍ଥ,
ମନରେ ଭରିଛି ଅର୍ଥ ଅନେକ ଅନର୍ଥ | (2)
