STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-44 :ଦେହ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-44 :ଦେହ : -ଡକ୍ଟର କୃତ୍ତିବାସ ନାୟକ

1 min
160


ସପନରେ ସିନା ଉଡ଼ିପାରେ ମନ ଦେହଟା କି ଉଡ଼ିପାରେ ?

କୁହୁଡ଼ିରେ ମୋର ମନଟା ପହଁରେ ଦେହ କାନ୍ଦେ ନଦୀଧାରେ | (ଘୋଷା)


ସଜଫୁଲ ସିନା ମହକେ ବାସରେ ସେଥିରେ ରହିଛି ମହୁ,

କାଗଜଫୁଲର ରଙ୍ଗ-ଛବିଠାରୁ ସେ ସବୁ ମିଳିବ କାହୁଁ ?

ତୃଷ୍ଣା ମେଣ୍ଟିବ କି ମରୀଚିକା ପଛେ ଦିନରାତି ଧାଇଁବାରେ ?

ସପନରେ ସିନା ଉଡ଼ିପାରେ ମନ ଦେହଟା କି ଉଡ଼ିପାରେ ?

କୁହୁଡ଼ିରେ ମୋର ମନଟା ପହଁରେ ଦେହ କାନ୍ଦେ ନଦୀଧାରେ | (1)


ତୁମ ମିଠାକଥା ହୃଦୟକୁ ମୋର ସାଉଁଳେଇ ଦିଏ ସିନା,

ଦେହ ଦାହ ମୋର କେମିତି ଲିଭିବ ସେ ହାୱାଟ ପରଶ ବିନା ?

ଦୁଇମନ ଆମ ମିଶିଗଲା ବୋଲି ତୁମପାଇଁ ମନ ଘାରେ |

ସପନରେ ସିନା ଉଡ଼ିପାରେ ମନ ଦେହଟା କି ଉଡ଼ିପାରେ ?

କୁହୁଡ଼ିରେ ମୋର ମନଟା ପହଁରେ ଦେହ କାନ୍ଦେ ନଦୀଧାରେ | (2)





Rate this content
Log in

Similar oriya poem from Romance