STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

କବିତା ପ୍ରାୟଶ୍ଚିତ

କବିତା ପ୍ରାୟଶ୍ଚିତ

1 min
150


ସଂସାର ବୃକ୍ଷରେ     ଫଳେ ଦୁଇ ଫଳ 

   ଗୋଟେ ପୁଣ୍ୟ ଗୋଟେ ପାପ, 

ଗୋଟିଏ ଅମୃତ     ଅନ୍ୟଟି ଯେ ବିଷ 

     ଆଶୀର୍ବାଦ ଅଭିଶାପ।

କର୍ମ ଅନୁସାରେ     ତୋଳି ଥାଏ ସିଏ 

     ଇଛାରେ ତା ହୋଇ ଖୁସି, 

ଭୋଗ କରି ଜାଣେ   କାହାର କି ସ୍ଵାଦ 

     ଅନୁଭବ କରେ ବସି। 

ଅମୃତ ଫଳଟି      ବାଛି ତୋଳିଥାଏ 

     ଗୁଣୀଜନ ଭାବି ଚିନ୍ତି,

ବିଷ ଫଳଟିକୁ      ତୋଳି ନିଏ ଯିଏ 

    ପାଏ ନା ସେ କେବେ ଶାନ୍ତି।

ଯା' ଗୁଣ ଯେମିତି    ଦେଖାଏ ସେମିତି 

      ପରିଣାମେ ଭଲ ମନ୍ଦ, 

କଲେ ଅନୁତାପ      ହୁଏନା ସୁଧାରି 

      କରିଦିଏ ବରବାଦ। 

ସୁକର୍ମରେ ପୁଣ୍ୟ     କୁକର୍ମରେ ପାପ 

      ଅର୍ଜନ କରେ ମଣିଷ, 

ପୁଣ୍ୟେ ମିଳେ ସୁଖ  ପାପେ ପାଇ ଦୁଃଖ 

    ଭାଗ୍ୟକୁ ଦିଏ ସେ ଦୋଷ।

ପାପ କରି ପାପୀ    ପାରେନା ଲୁଚାଇ 

      ହୁଏ ଦିନେ ପ୍ରକାଶିତ, 

ଦୁଃଖ କଷ୍ଟ ପାଇ  ଭୋଗେ ସେ ଯନ୍ତ୍ରଣା  

      ସେହି ତାର ପ୍ରାୟଶ୍ଚିତ। 

କଲେ ପୂଜା ପାଠ   ଅବା ଗଲେ ମଠ

      ପାପରୁ ମିଳେନା ତ୍ରାହି,

କରି ଅନୁତାପ   ଆଖିରୁ ଢାଳିଲେ ଲୁହ 

     ମୁକ୍ତି ପାଏ ନାହିଁ କେହି। 

ନିଜକୁ ସୁଧାରି     ସମୂହ କଲ୍ୟାଣେ 

     ପାଳିଲେ ଅହିଂସା ବ୍ରତ, 

ଏ ସୁକର୍ମ କରେ     ପାପାର ଖଣ୍ଡନ 

      ହୁଏ ତାର ପ୍ରାୟଶ୍ଚିତ। 

    ***  ***  ***   ***  ***

      


      

      

      

      

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy