STORYMIRROR

Purna chandra Rana

Abstract

2  

Purna chandra Rana

Abstract

କବିତା-ପାପ

କବିତା-ପାପ

1 min
470

ହେ ପରଂବ୍ରହ୍ମ 

ପ୍ରତିରୋଧ କର ସେ ଦୁଷ୍ଟର ଦୁଶ୍ଚିନ୍ତାକୁ

ପାପର ପ୍ରୟାଶକୁ

ପାପୀକୁ କର ଯେ ବିନାଶ 

ଦୁନିଆରେ ରଖ ନାହିଁ

ପାପୀର ଅସ୍ଥିତ୍ଵ

ପାପୀ ଆତ୍ମାକୁ ନେଇ

ଫିଙ୍ଗି ଦିଅ

ସେ ଜର୍ଜରିତ ଜଳନ୍ତା ଅଗ୍ନିରେ

ଧ୍ଵଂସ କରିଦିଅ

ସେ ପାପୀର ବିଗ୍ରହକୁ

ରଖ ନାହିଁ ଦୁନିଆରେ

ପାପର ଶବଦ

ଏହା ଅଟେ କଳଙ୍କିତ

ନ ଜାଣୁ ସେ ନବଜାତ

ପାପ କଳଙ୍କକୁ

ବିଚ୍ଛେଦ କର ପାପକୁ

ସବୁରି ଆତ୍ମାରୁ

ପୂଣ୍ୟ ଭର ପ୍ରତି ମନେ

ଯେମିତି ବିକଶିତ ପୁଷ୍ପ ଦିଶେ 

ସୁନ୍ଦର କାନନେ

ପାପ ମୁକ୍ତ ଚିତ୍ତ ପୁଣି

ଝୁଲିବ ପୂଣ୍ୟର ଝୁଲାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract