କବିତା ଓ କବି
କବିତା ଓ କବି
କବିତା ତୁମେ ମନସ୍କ ହୁଅ
ଅନ୍ୟମନସ୍କ ହେଲେ
କବିର ନାଁ ଗାଁ ପଡିବ
ଲେଖନୀ ନିଃସୃତ ଶବ୍ଦ ପହଞ୍ଚୁ
ଅବ୍ଦ ଡେଇଁ ଅବ୍ଦ ଛୁଉଁ
ପ୍ରଶତିଧ୍ବନିତ ହେଉ ହୃଦୟ ତନ୍ତ୍ରୀରେ
ବୋଉ ପଣତ ପରି
ବାପାଙ୍କ ଅନୁଶାସନ ସରି
ଭାଇ ଭଉଣୀ ଭିତରେ ମିଠା
ଅଠା ବୋଳାବୋଳି
ଅଲେଖା କାଳିରେ ସ୍ପଷ୍ଟ ଦେଖାଯାଉ
ଶବ୍ଦ ଓ ଅବ୍ଦ ଭିତରେ ନିବାଡ଼ତା
ଅତୀତ ବର୍ତ୍ତମାନ ଓ ଭବିଷ୍ୟ ସନ୍ଧି
ଯେତେ ଛିଦ୍ର ସେତିକି ଶବ୍ଦ ସବୁ ବାନ୍ଧି
କବିତାକୁ ଭାବଗ୍ରାହୀ କେହି
ମନେରଖୁ କବି ମରି ନାହିଁ.
କବିତାରେ ଭାବ ଓ ଶବ୍ଦ ପ୍ରକାଶ
ଯୁଗ ଯାଇ ଆସୁ ଯୁଗ ବାସ୍ନା ବିଶେଷ
ଲାଳିତ୍ୟ ଓ ବୋଧଗମ୍ୟ ସ୍ପର୍ଶ
ହୃଦୟ ଓ ମନ ତଳେ ଜୁଆର ପିଟୁ
କବିତାଟିକୁ ପଢ଼ିସାରି ଆଉଥରେ ପଢିବାକୁ
ଖୋଜୁ କେହି ବ୍ୟକ୍ତି ବିଶେଷ୍ୟ
ବିଶେଷଣ କବି ଟିଏ ଥିଲା ଶବ୍ଦ ସଙ୍ଗେ
ଅର୍ଥର ଭାବ କରି ଉଦ୍ଦୀପକ ।
