କବିତା ଲେଖିବି ଆଜି
କବିତା ଲେଖିବି ଆଜି
ଓଠର ଶବ୍ଦକୁ ଭାଷା ଦେଇ
କବିତା ଲେଖୁଛି ଆଜି
ପଢିବା ବେଳେ ବୁଝିବ ନିଶ୍ଚୟ
ଶବ୍ଦ ଅଭିଧାନ ଖୋଜି ।
ଶବ୍ଦ ପତିଆରା ଅର୍ଥ ନିଆରା
ବୁଝିବାକୁ ଭିଜି ହେଜି
ଅନେକ ଶବ୍ଦ ମିଶେଇ ହରି ଫେଡ଼ି
ଗୁଣନ କରୁଛି ମାଜ୍ଜି ।
କବିତାର ସତ୍ତା ଓ ଗୁଣବତ୍ତା
କିଏ କୋଉରୂପେ ରାଜି
କବିତାର ମାନ ସମ୍ମାନ ସମ୍ବେଦନ
ହୃଦୟ କାନ୍ଥରେ ମଜ୍ଜି ।
କବିତାରେ ବାର୍ତ୍ତା ଦେବାକୁ କହିଲେ
ପାଠକ ନହବେ ରାଜି
କିଏ ପ୍ରେମ କିଏ ଫଗୁଣ ରଙ୍ଗରେ
ଜୀବନର ସଜ ସାଜି ।
କବିତା ବନିତା ଲତା ମହାନତା
ମନ ମୁନେ ହେବ ହେଜି
ସଫଳ କବି କବୟିତ୍ରୀ ସେହିମାନେ
ମନୋରଞ୍ଜନେ ଭିଜାଇ ଭିଜି ।
ଲେଖନ୍ତି ବୋଲନ୍ତି ଶ୍ରୋତା ଶୁଣନ୍ତି ବୁଝନ୍ତି
ହୁଅନ୍ତୁ ରାଜି ଆରାଜି
କ୍ଲିଷ୍ଟ ବା ଅଭିଷ୍ଟ ଅବା ନୀତିନିଷ୍ଠ ପଥଭ୍ରଷ୍ଟ
ଶବ୍ଦ କି ବୁଝିବ କାଜି ।
କବିତା ଲେଖିବା ଶୈଳୀ, ଶୀଳତା, ଶାଳୀନତା
ବୋଧେ କବିଟିଏ ଖୋଜି ହଜି ଭଜି
ଲେଖୁ ଲେଖୁ ଲେଖିଦେଲି କ୍ଷମା କର ବାରେ
କହେ କେହି ଶୁଣି ମୁଁ ଯାଉଛି ଭିଜି ।
ଓଠର ଶବ୍ଦକୁ ଭାଷା ଦେଇ
କବିତା ଲେଖୁଛି ଆଜି
ପଢିବା ବେଳେ ବୁଝିବ ନିଶ୍ଚୟ
ଶବ୍ଦ ଅଭିଧାନ ଖୋଜି ।
ଶବ୍ଦ ପତିଆରା ଅର୍ଥ ନିଆରା
ବୁଝିବାକୁ ଭିଜି ହେଜି
ଅନେକ ଶବ୍ଦ ମିଶେଇ ହରି ଫେଡ଼ି
ଗୁଣନ କରୁଛି ମାଜ୍ଜି ।
କବିତାର ସତ୍ତା ଓ ଗୁଣବତ୍ତା
କିଏ କୋଉରୂପେ ରାଜି
କବିତାର ମାନ ସମ୍ମାନ ସମ୍ବେଦନ
ହୃଦୟ କାନ୍ଥରେ ମଜ୍ଜି ।
କବିତାରେ ବାର୍ତ୍ତା ଦେବାକୁ କହିଲେ
ପାଠକ ନହବେ ରାଜି
କିଏ ପ୍ରେମ କିଏ ଫଗୁଣ ରଙ୍ଗରେ
ଜୀବନର ସଜ ସାଜି ।
କବିତା ବନିତା ଲତା ମହାନତା
ମନ ମୁନେ ହେବ ହେଜି
ସଫଳ କବି କବୟିତ୍ରୀ ସେହିମାନେ
ମନୋରଞ୍ଜନେ ଭିଜାଇ ଭିଜି ।
ଲେଖନ୍ତି ବୋଲନ୍ତି ଶ୍ରୋତା ଶୁଣନ୍ତି ବୁଝନ୍ତି
ହୁଅନ୍ତୁ ରାଜି ଆରାଜି
କ୍ଲିଷ୍ଟ ବା ଅଭିଷ୍ଟ ଅବା ନୀତିନିଷ୍ଠ ପଥଭ୍ରଷ୍ଟ
ଶବ୍ଦ କି ବୁଝିବ କାଜି ।
କବିତା ଲେଖିବା ଶୈଳୀ, ଶୀଳତା, ଶାଳୀନତା
ବୋଧେ କବିଟିଏ ଖୋଜି ହଜି ଭଜି
ଲେଖୁ ଲେଖୁ ଲେଖିଦେଲି କ୍ଷମା କର ବାରେ
କହେ କେହି ଶୁଣି ମୁଁ ଯାଉଛି ଭିଜି ।
