STORYMIRROR

Ajay kumar Behera

Classics

2  

Ajay kumar Behera

Classics

"କବିତା ଲେଖାରେ ପାଗଳ ହୋଇଛି ମୁହିଁ

"କବିତା ଲେଖାରେ ପାଗଳ ହୋଇଛି ମୁହିଁ

1 min
462

ଲେଖେ ମୁହିଁ କବିତା

ସମୟ ସୁବିଧା ଦେଖି

ରାଗି ଯାଏ ଘରଣୀ

ହାତେ ମୋବାଇଲି ଦେଖି


ନିତି ଗାଳି କରେ

କାମ ତୁମ କିଛି ନାହିଁ

ନିତି କ'ଣ କର

ମୋବାଇଲିଟିକୁ ଚାହିଁ


ମୋବାଇଲି ପାଇଁ

ସବୁତ ଯାଇଛ ଭୁଲି

ପିଲା ଛୁଆ ପାଠ

ଯାଉ ପଛେ ତାଙ୍କ ଚୁଲି


କିଲାଭ ମିଳିବ

ନିଆଁ ଗିଳା ସେଇଥିରୁ

କାହିଁ ନଷ୍ଟ କର

ପିଲାଙ୍କୁ ପାଠ ପଢାରୁ


କବିତା ଲେଖାରେ

ପାଗଳ ହୋଇଛି ମୁହିଁ

ଲେଖଇ କବିତା 

ପଛେ ଗାଳି ଖାଇ ଖାଇ


ଇଏ କି ନିଶାରେ

ମଦ ଭାଙ୍ଗରେ ନଥିବ

ଯିଏ ଯାହା କହୁ

ସହଜେ ଛାଡି କି ହେବ


ଲୋଡ଼ା ନାହିଁ ମୋର

ସମ୍ମାନ କି ମାନ ପତ୍ର

ଲେଖିବି କବିତା

ନେଇ ସମାଜର ଚିତ୍ର


ମିଳି ଗଲେ ଟିକେ

ସାବାସି , ପ୍ରଶଂସାଟିଏ

ଖୁସି ହେଇ ଯାଏ

ଲେଖାରେ ସାର୍ଥକ ହୁଏ


ଏତିକି ଟିକିଏ

ପାଇ ଗଲେ ସତେ ମୁହିଁ

ସବୁ ଭୁଲି ଯିବି

ଦୁଃଖ ତ କରିବି ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics