STORYMIRROR

Purna chandra Rana

Inspirational

3  

Purna chandra Rana

Inspirational

କବିତା-କ୍ଯାପ୍ଟେନ୍ ବିକ୍ରମ ବାତ୍ରା

କବିତା-କ୍ଯାପ୍ଟେନ୍ ବିକ୍ରମ ବାତ୍ରା

1 min
336


ଭାରତ ମାଟିର ମହାନ ପୁରୁଷ

ମନରେ ତାଙ୍କର ଅସୀମ ସାହାସ

ଦେଶସେବା ପାଇଁ ଥିଲା ତାଙ୍କ ଲକ୍ଷ୍ୟ 

ଶେର୍ ସାହା ରୂପେ ସିଏ ପରିଚିତ


ଉଣେଇଶ ଶହ ଅନେଶ୍ବତ ମସିହା

ହେଲେ ଯେ ତୟାର ଆମ ଶେର୍ ଶାହା 

କାର୍ଗିଲ୍ ମାଟିରୁ ଶୁଭିଲା ହୁଙ୍କାର 

ଶବଦ ତ ଥିଲା ବହୁ ଭୟଙ୍କର


ଯିବା ପୂର୍ବରୁ ସିଏ ରଣକ୍ଷେତ୍ରକୁ 

ବିକ୍ରମଙ୍କ ଫୋନ୍ ଆସିଲା ଘରକୁ

କିଛି ସମୟର ଥିଲା ବାର୍ତ୍ତାଳାପ

କଥା ହୋଇଥିଲେ ବାପାଙ୍କ ସହିତ


କରିବନି ଦୁଃଖ ବାପା ତମେ ମୋର

ବୁଝେଇ ଦବ ତ ମାଆଙ୍କୁ ମୋହର

ଫେରି ଆସିବି ମୁଁ ତୁମରି କୋଳକୁ

ରାନ୍ଧି ରଖିଥିବ କହିବ ମାଆକୁ


ଧ୍ଯାନ ରଖିବୁ ତୁ ମୋର ଗେଲ୍ଲା ପୁଅ

ବିକ୍ରମ କହିଲେ ଅଧର୍ଯ୍ଯ ନ ହୁଅ

ପୋତିବି ତ୍ରିରଙ୍ଗା ମୁହିଁ ନିର୍ଦ୍ୱନ୍ଦରେ

ପହଞ୍ଚିବି ବାପା ତୁମରି ପାଖରେ


କାର୍ଗିଲ୍ ଯୁଦ୍ଧ ତ ହୋଇଲା ଆରମ୍ଭ 

ବିକ୍ରମଙ୍କ ମନେ ଅମାପ ଯେ ଦମ୍ଭ

ତେର ଜ୍ଯାକ୍ ରିଫ୍ ହୋଇଲା ତ ସଜ

ଆଦେଶ କ୍ରମେ ସେ ହୋଇଲେ ସଜାଗ


ଦ୍ରାସ୍ ସେକ୍ଟରରେ ପହଞ୍ଚିଲେ ଯାଇ

ଲାଗିଗଲା ଘମାଘୋଟ ତ ଲଢେଇ 

ଆଗକୁ ବଢିଲା ତେର ଜ୍ଯାକ୍ ରିଫ

ପାକିସ୍ତାନ ସେନା ହେଲେ କମ୍ପ କମ୍ପ


ବ୍ରାଭୋ କମ୍ପାନୀର ସାଜି କମାଣ୍ଡର 

ବିକ୍ରମ ରଖିଲେ ସଭିଙ୍କୁ ନଜର

ଚଢିଲେ ଟାଇଗର ହିଲ୍ସ ଉପରେ

ଗ୍ରେନେଡ୍ ଫୋପାଡି କଲେ ଆୟତରେ


ବାଜିଲା ଯେ ଗୁଳି ବିକ୍ରମଙ୍କ କାନ୍ଧେ

ଆଶା ନ ହରାଇ ଚାଲିଲେ ନିର୍ଦ୍ୱନ୍ଦେ

ପହଞ୍ଚିଲେ ଯାଇ ପାହାଡ ଭପରେ 

ଟାଇଗର ହିଲ୍ସ କଲେ ଆୟତରେ


ପଛପଟୁ ତାଙ୍କ ହେଲା ଆକ୍ରମଣ

ବାଜିଲା ଯେ ଗୁଳି ହରାଇଲେ ପ୍ରାଣ

ଶୁଭ୍ର ବରଫରେ ଭାସିଲା ରକତ

ଦେଶକୁ ଦେଲେ ସେ ବିଜୟର ସ୍ୱାଦ


ବାପା ମାଆଙ୍କର ଜାଆଁଳା ସନ୍ତାନ

ବିକ୍ରମ ତନ୍ମଧ୍ଯୁ ଥିଲେ ଅନ୍ଯତମ

ପ୍ରାଣବଳୀ ଦେଇ ଏଇ ଦେଶ ପାଇଁ 

ଚାଲିଗଲେ ବାତ୍ରା ଆମକୁ ବଞ୍ଚାଇ


ମାଆର ନୟନେ ଅସୁମାରି ଲୁହ

ସଭିଙ୍କ ମନରେ ଛାତି ଫଟା କୋହ

ମୋ କୋଳେ ସନ୍ତାନ ଦେଲେ ଭଗବାନ

ରଖିବାକୁ ବୋଧେ ଦେଶର ସମ୍ମାନ


ଶହିଦ୍ କ୍ଯାପଟେନ୍ ବିକ୍ରମ ବାତ୍ରା

ଥିଲା ତ ସେଦିନ ଶେଷ ତାଙ୍କ ଯାତ୍ରା

ସମ୍ମାନ ପାଇଲେ ପରମ ବୀର ଚକ୍ରେ

ଲେଖାଗଲା ନାମ ସ୍ୱର୍ଣ୍ଣିମ ଅକ୍ଷରେ


ଆହେ ତୁମେ ବୀର ମହାନ ପୁରୁଷ

ତୁମ ପାଇଁ ଆଜି ବଞ୍ଚିଛି ପ୍ରଦେଶ 

ତୁମେ ସିନା ଆଜି ଜାଇଛ ମଉଳି

ତୁମ ପାଦତଳେ କୋଟି ଶ୍ରଦ୍ଧାଞ୍ଜଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational