STORYMIRROR

Kunjabihari Rout

Romance

3  

Kunjabihari Rout

Romance

କବିତା ହୃଦୟର

କବିତା ହୃଦୟର

1 min
177

ଦାଣ୍ଡର ଧୁଳି ମୁଁ ତୁମ ଦୁଆରେ

        ହେଇଥାଏ ବାରେ ବାରେ

ପାଇବାର ଆଶା ନାହିଁ,କେବଳ

         ଚାଲିଯାଅ ମୋ ଉପରେ ଥରେ


ଝରଣାର ପାଣି ମୁଁ ତୁମରି ପାଇଁ

        ଝରୁଥିବି ସଦାବେଳେ

ତୃଷ୍ଣା ତୁମର ମେଣ୍ଟାଇବା ପାଇଁ

        ଚୁମିଯାଅ ମୋତେ ଥରେ


ତୁମ ନୟନର ସପନଟିଏ ମୁଁ

        ହେଉଥାଏ ସଦାବେଳେ

ଦେଖି ଦେଖି ତୁମ ନିଦ୍ରା ଯାଉ ହରି

        ଶାନ୍ତିର ପାରାବାରେ


ସରୁ କୁଙ୍କୁମ ମୁଁ ତୁମରି ମଥାରେ

         ଆଦରି ନିଅ ହେ ଥରେ

ଝଟକୁଥିବି ମୁଁ ଆଖି ଝଲସାଇ

        ତୋଳିନିଅ ତୁମ କରେ


କବିତା ମୁଁ ହେବି ତୁମ ଡାଏରୀରେ

        ରହିଥିବି ସଦାବେଳେ

ସ୍ୱର ହୋଇ ତୁମ କଣ୍ଠରୁ ଝରିବି

        ଯେପରି ନୟନୁ ନୀର ଝରେ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance