STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

କବିତା ଚିଠି

କବିତା ଚିଠି

1 min
264


ଚିଠି ଭାବ ଭାଷାର ଲିଖିତ ଅଭିବ୍ୟକ୍ତି 

ସଂପର୍କ ସ୍ଥାପନ କରିବାର ମାଧ୍ୟମ,

ପରସ୍ପରର ମଧ୍ୟେ ଯୋଗାଯୋଗ କରାଏ 

ଥିଲେ ଦୂର ସ୍ଥାନେ ଆତ୍ମୀୟଜନ ଅବା 

ପରିଚିତ ଚିହ୍ନା ପ୍ରିୟତମା ପ୍ରିୟତମ।

ଡାକ ଯୋଗେ ଯାଏ ଆସେ 

ଅବଗତ କରାଏ ଜୀବନର ଭଲ ମନ୍ଦ, 

ଆସିଗଲେ ଚିଠିଟିଏ ଆପଣାର ଜନଠାରୁ 

ଉଲ୍ଲସିତ ହୁଏ ପ୍ରାଣ ଖେଳିଯାଏ ଆନନ୍ଦ। 

ସବୁ ଖବର ଦେବା ନେବାର 

ଏକ ନିର୍ଭରଯୋଗ୍ୟ ସ୍ଥାୟୀ ବ୍ୟବସ୍ଥା, 

ନିଜ ଠିକଣାରେ ପହଞ୍ଚି ଯାଏ 

ଜନ ସାଧାରଣଙ୍କର ଥାଏ ଦୃଢ ଆସ୍ଥା। 

ପ୍ରିୟତମ ପ୍ରିୟତମା ଦିଅନ୍ତି ଲେଖି 

ଯେ ଯାହାର ଅକୁହା ମନ କଥା,

ନୀରବତାରେ ପ୍ରେମ ଭାଷା ହୁଏ 

ଆଦାନ ପ୍ରଦାନ ଦୂର କରେ ମରମ ବ୍ୟଥା। 

ହୃଦୟରୁ ଝରି ଆସି ଆଳଙ୍କାରିକ ଶବ୍ଦ 

ଲେଖନୀ ମୁନରେ ଦିଏ ତାର ରୂପ, 

ଜଣାଇ ଦିଏ ଭଲ ପାଇବାର ସନ୍ଦେଶ 

ହୋଇଯାଏ ତାହା ଜୀବନର ରମ୍ୟ ଗଳ୍ପ। 

ଚିଠି ଖଣ୍ଡିଏ କାଗଜ ଟୁକୁରାର ନକ୍ସା 

ମାନସିକତାର ଭୂଗୋଳରେ ରହେ ସାଇତା, 

ଦୂରକୁ କରି ନିକଟ ବଢାଏ ଆନ୍ତରିକତା 

ମାପି ଥାଏ ପରସ୍ପରେ ପ୍ରେମର ଗଭୀରତା। 

ଅତ୍ୟାଧୁନିକ ଯୁଗେ ଏ ଚିଠିର ଗୁରୁତ୍ଵ 

ଦିନକୁ ଦିନ ହେଉଛି ବହୁ ମାତ୍ରାରେ ଊଣା,

ଦୂରଭାଷ ଯନ୍ତ୍ରେ ନିମିଷକେ କରି ହୁଏ 

ଭାବ ବିନିମୟ ସମୟ ପଡେନା ଜଣା। 

    ***  ***  ***  ***  ***






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics