*କବିତା ଆସର ଶୀର୍ଷକ:-*🌹❤ *ଆଲିଙ୍ଗନ କର ପରଂବ୍ରହ୍ମକୁ*
*କବିତା ଆସର ଶୀର୍ଷକ:-*🌹❤ *ଆଲିଙ୍ଗନ କର ପରଂବ୍ରହ୍ମକୁ*
*କବିତା ଆସର ଶୀର୍ଷକ:-*
🌹❤ *ଆଲିଙ୍ଗନ କର ପରଂବ୍ରହ୍ମକୁ*❤🌹
^^^^^^^^^^^^^^^^^^^^^^^^^^^^^^^^^^^
ଲତା ବେହେରା ।
^^^^^^^^^^^^^^^^^
ଆଲିଙ୍ଗନ କର ପରଂବ୍ରହ୍ମକୁ
ଦୂର କରି ଦିଅ ନିଜ ପାପକୁ ।
ଦର୍ଶନ କରିଣ ଜଗନ୍ନାଥଙ୍କୁ
ଅର୍ପଣ କରିଣ ଦିଅ ନିଜକୁ ।
ଜଗତର ନାଥ ପ୍ରଭୁ ଜଗନ୍ନାଥ
କ୍ଷମା କରି ଦେବେ ନିଶ୍ଚେ ତୁମକୁ ।
ଆଲିଙ୍ଗନ କର ପରଂବ୍ରହ୍ମକୁ ।
ଦୂରେଇଣ ଦିଅ ମିଛ ମାୟାକୁ
ଆଣନି ମନରେ ଘୃଣା ଭାବକୁ ।
ପରୋପକାରେ ରଖ ନିଜକୁ
ହୃଦୟେ ରଖନି ଅବିଶ୍ବାସକୁ ।
ବିଶ୍ବାସରେ ସଦା ମିଳି ଥାନ୍ତି ପ୍ରଭୁ
ମନେ ରଖି ଥାଅ ଏଇ କଥାକୁ ।
ଆଲିଙ୍ଗନ କର ପରଂବ୍ରହ୍ମକୁ ।
କୁହ ନାହିଁ କେବେ ମିଛ କଥାକୁ
କରନି କାହା ସାଥେ ଛଳନାକୁ ।
ହାସଲ କରନି ନିଜ ସ୍ବାର୍ଥକୁ
ଭଲ ପାଉ ଥାଅ ହୃଦୟକୁ ।
ସତ୍ୟ ଧର୍ମ ନ୍ୟାୟ ପଥେ ରହି ଥିଲେ
ପାଇବ ନିଶ୍ଚିତ ପରଂବ୍ରହ୍ମକୁ ।
ଭୁଲିବନି କେବେ ଏଇ କଥାକୁ ।
ପ୍ରଭୁଙ୍କ ପାଦରେ ରଖ ଧ୍ୟାନକୁ
ଜପୁ ଥାଅ ନାମ କରି ଲୟକୁ ।
ହୃଦୟରେ ଧରି ଭକ୍ତି ଭାବକୁ
ସେବା କରୁଥାଅ ପରଂବ୍ରହ୍ମକୁ ।
ସେଇ ପରଂବ୍ରହ୍ମ ଶୁଭ ଆଶୀର୍ବାଦେ
ପାଇ ଯିବ ନିଶ୍ଚେ ମୁକ୍ତି ପଥକୁ ।
ଆଲିଙ୍ଗନ କର ପରଂବ୍ରହ୍ମକୁ ।
ଉଜାଡି ଦିଅନା କା' ସଂସାରକୁ
ଭାଙ୍ଗି ଦିଅ ନାହିଁ ସେ ସମ୍ପର୍କକୁ ।
ମନେ ରଖ ନାହିଁ କେବେ ଲୋଭକୁ
ଖସି ଯାଅ ନାହିଁ କେବେ ତଳକୁ ।
ଅନ୍ୟର ମଙ୍ଗଳେ ଜଗତ କଲ୍ୟାଣେ
ଉତ୍ସର୍ଗ କରିଣ ଦିଅ ନିଜକୁ ।
ଆଲିଙ୍ଗନ କର ପରଂବ୍ରହ୍ମକୁ ।
ତାଙ୍କରି ଆଶିଷେ ହେବ ମୁକ୍ତିକୁ
ମନୁ ପାପ ସବୁ ଯିବ ଦୂରକୁ ।
ପାରି ହେଇ ଯିବ ତୁମେ ନର୍କକୁ
ପାଇଯିବ ପ୍ରଭୁ ସେ ସାନ୍ନିଧ୍ୟକୁ ।
ପ୍ରଭୁଙ୍କର ଲୀଳା ଅଟଇ ଅପାର
ବିଚଳିତ କର ନାହିଁ ମନକୁ ।
ଆଲିଙ୍ଗନ କର ପରଂବ୍ରହ୍ମକୁ ।
"""""""""""""""""""""""""""""""""""
🌹❤🌹❤🌹❤🌹
ଲତା ବେହେରା ।
ଜକା, ଢେଙ୍କାନାଳ ।
💅💅💅💅💅💅💅
