STORYMIRROR

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

କବିତା ଆଳାପ-29 : (ଚତୁର୍ଥ ସପ୍ତାହ) ସନେଟ : ପ୍ରେମ

କବିତା ଆଳାପ-29 : (ଚତୁର୍ଥ ସପ୍ତାହ) ସନେଟ : ପ୍ରେମ

1 min
244

ପ୍ରେମ ଟିକେ ପାଇଁ ଜଳେ ଫୁଟେ କଇଁ ପ୍ରେମୀଜହ୍ନ ଆସେ ନଇଁ,

ପ୍ରେମପାଇଁ ଫୁଲ ଫୁଟି ରହିଥାଏ ପ୍ରେମିକ ପଥକୁ ଚାହିଁ |୧


ବାତୁଳି ଝରଣା ପ୍ରେମରେ ନାଚଇ ନଦୀରେ ମିଶିବା ପାଇଁ,

ପ୍ରେମ ପାଇଁ ନଦୀ ବହିବହି ଯାଏ ସାଗରକୁ ଦେବ ଛୁଇଁ |୨


ପବନ ବହୁଛି ପ୍ରେମ ବାଣ୍ଟିବାଣ୍ଟି ପ୍ରୀତିର ସଙ୍ଗୀତ ଗାଇ |

ପ୍ରେମ ଟିକେପାଇଁ ଜଳେ ଫୁଟେ କଇଁ ପ୍ରେମୀ ଜହ୍ନ ଆସେ ନଇଁ |୩


ଯଊବନ ଆସେ ପ୍ରେମ ଖୋଜିବାକୁ ପ୍ରେମରେ ଭରା ଜୀବନ,

ଜୀବ ଜଗତକୁ ବାନ୍ଧି ରଖିଥାଏ ଅତୁଟ ପ୍ରେମ ବନ୍ଧନ |୪


ପ୍ରେମରେ ବରଷା ବରଷି ବରଷି ଧରଣୀକୁ ଦିଏ ଧୋଇ,

ପ୍ରେମ ଟିକେ ପାଇଁ ଜଳେ ଫୁଟେ କଇଁ ପ୍ରେମୀ ଜହ୍ନ ଆସେ ନଇଁ |୫


ପୀରତିର ନଦୀ ଅତି ଅଙ୍କାବଙ୍କା ଭଲ ପାଇବା ତା' ଢେଉ,

ସେ ଢେଉରେ ପ୍ରେମ ଡଙ୍ଗା ଭସେଇଛି ଯୁଆଡ଼େ ଯାଉଛି ଯାଉ |୬


ଅମାନିଆ ଝଡ଼ ଅନେକ ଉଠିଛି ଦୁଇକୂଳ ଖାଇଖାଇ,

ଅଥଳ ଜଳରେ ହଜି ଯାଇଛି ମୁଁ ଆଖିର ଲୁହକୁ ପିଇ |୭


ଶତ ଦହନକୁ ସହିବାର ପାଇଁ ଜୀବନ ସଳିତା ହେଉ,

ପୀରତିର ନଦୀ ଅତି ଅଙ୍କାବଙ୍କା ଭଲ ପାଇବା ତା' ଢେଉ |୮


ସମୟ ସୁଅରେ ଲାଗିବ କୂଳରେ ସ୍ମୃତିକୁ ହୃଦୟେ ଭରି,

ଆଶାର ଦୀପକୁ ଭରସା କରିଛି ବିଶ୍ୱାସ ଆହୁଲା ଧରି |୯


ଆଗେ ବତୀଘର ପ୍ରେମର ମନ୍ଦିର ଜଳିଉଠେ ଦାଉଦାଉ,

ପୀରତିର ନଦୀ ଅତି ଅଙ୍କାବଙ୍କା ଭଲ ପାଇବା ତା' ଢେଉ |୧୦


ପୁଣ୍ୟନଦୀ ତଟ ଆମ୍ରକୁଞ୍ଜରେ ବାସକରେ ପ୍ରେମପକ୍ଷୀ,

ପ୍ରୀତି ପ୍ରଣୟର କଥା କହିଦିଏ ପ୍ରେମୀ ଯୁଗଳଙ୍କୁ ଦେଖି |୧୧


ଯଉବନ ରୂପୀ ଚୁମ୍ବକ ସିନା ଲୁହାର ମନକୁ ଟାଣେ,

ଶୂନ୍ୟ ଆକାଶେ ମରୀଚିକା ପୁଣି ସୁନାର ଫସଲ ବୁଣେ |୧୨


ଦୁବହୁଏ ଦାରୁ ସିଂହ ହୁଏ ଭୀରୁ ପ୍ରେମୀ ମନ ଦିଏ ବିକି,

ପୁଣ୍ୟନଦୀ ତଟ ଆମ୍ରକୁଞ୍ଜରେ ବାସକରେ ପ୍ରେମପକ୍ଷୀ |୧୩


ମନଖୋଜେ ଖାଲି ମନର ମିଳନ ହୃଦୟେ ଜାଗେ କମ୍ପନ,

ଦେହ ଆଉ ମନ ଯୁଗଳବନ୍ଦୀର ଶୁଣାଏ ମଧୁ ଗୁଞ୍ଜନ |୧୪



Rate this content
Log in

Similar oriya poem from Inspirational