STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା-୯୭

କବିତା-୯୭

1 min
211

ଖୋଜି ଖୋଜି ତା'ର ଠିକଣା ପାଇଲି ପ୍ରେମ ନଗର ତା' ଗାଆଁ,

ପଚାରି ବୁଝିଲି କହିଲେ ଗାଆଁରେ ସେ ଝିଅର ନାଆଁ ପ୍ରିୟା | (ଘୋଷା)


ତା'ଭାଇ କହିଲା-ଆମେ ଶରଧାରେ ଡାକୁଥିଲୁ ତାକୁ ମିନୁ,

ମାମୁଁଘର ଲୋକେ ଜାଣନ୍ତି ସକଳେ ଭାଣିଜୀର ନାଆଁ ଅନୁ |

ପ୍ରିୟତମା ବୋଲି କଲେଜରେ ଚିହ୍ନା ସାଙ୍ଗ ଡାକୁଥିଲେ ରିୟା |

ଖୋଜି ଖୋଜି ତା'ର ଠିକଣା ପାଇଲି ପ୍ରେମ ନଗର ତା' ଗାଆଁ,

ପଚାରି ବୁଝିଲି କହିଲେ ଗାଆଁରେ ସେ ଝିଅର ନାଆଁ ପ୍ରିୟା | (1)


ନାଆଁ ମିଶିଗଲା ଗାଆଁ ବି ପାଇଲି ଭରସି କହିଲି ସତ,

ଭଲ ପାଉଛି ମୁଁ ପ୍ରିୟାକୁ କେବେଠୁଁ ଧରିବି ତାହାର ହାତ |

ସଭିଏଁ ହସିଲେ ମୋ ମନ କାନ୍ଦିଲା ହେଇଯାଇଛି ବାହା |

ଖୋଜି ଖୋଜି ତା'ର ଠିକଣା ପାଇଲି ପ୍ରେମ ନଗର ତା' ଗାଆଁ,

ପଚାରି ବୁଝିଲି କହିଲେ ଗାଆଁରେ ସେ ଝିଅର ନାଆଁ ପ୍ରିୟା | (2)

000 05-12-20


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance