କବିସୂର୍ଯ୍ୟ ବଳଦେବ
କବିସୂର୍ଯ୍ୟ ବଳଦେବ
ଉଦୟ ହୁଅ ହେ କବିକୁଳ ସୂର୍ଯ୍ୟ
ବଳଦେବ ମହାରଥ
ପୂରୁବ ଆକାଶ ହେଉ ସମୁଜ୍ଜ୍ୱଳ
ଗୁଞ୍ଜୁ ଗୀତ ଭକ୍ତିପୂତ ।
ରୀତିଯୁଗ କବି ରଚି ଯାଇଅଛ
ସୁନ୍ଦର କବିତା ଚମ୍ପୁ
ଲୋକପ୍ରିୟ କଲ ଢୁମ୍ଫା ସଙ୍ଗୀତକୁ
ଜନ୍ମସ୍ଥାନ ଗଞ୍ଜାମରୁ ।
ଦେଶଜ ଓଡ଼ିଆ ବୈଦେଶିକ ଶବ୍ଦ
କରିଛ ସୁବ୍ୟବହାର
ଗଦ୍ୟ ପଦ୍ୟ କାବ୍ୟ ଚମ୍ପୁ ରଚନାରେ
ଭରିଛ ବାଣୀ ଭଣ୍ଡାର ।
କାହାକୁ କହିବା ଜଗତେ କେବଳ
ରଚନା ହାସ୍ୟକଲ୍ଲୋଳ
ରତ୍ନାକର ଚମ୍ପୁ ଚନ୍ଦ୍ରକଳା କାବ୍ୟ
ରହିଅଛି ଅସମ୍ପୂର୍ଣ୍ଣ ।
କ୍ଷୀରମୟ ସିନ୍ଧୁ ଜେମା ଜୀବବନ୍ଧୁ
ବାଧିଲା କି ଜାଣି କ୍ଷମା
ଚମ୍ପୁ ପ୍ରେମୋଦୟ କିଶୋରଚନ୍ଦର
ଆନନ୍ଦ ଗୋ ରସନା ।
ରାଜା ଗଜପତି ପ୍ରଦତ୍ତ ଉପାଧି
କବିସୂର୍ଯ୍ୟ ମହାପାତ୍ର
ଧନ୍ୟ ରାୟଗୁରୁ ରଥ ବଳଦେବ
ବଡଖେମୁଣ୍ଡି ସୁପୁତ୍ର ।
------
