STORYMIRROR

Shiba Charan Mahapatra

Inspirational

3  

Shiba Charan Mahapatra

Inspirational

କବିର ଲେଖନୀ-ଦୁଇ

କବିର ଲେଖନୀ-ଦୁଇ

1 min
138


ପ୍ରୀତି ସ୍ନେହବାରି ଯେ' ହୃଦୟେ ଝାରି

କରୁଣା ଆଶିଷ ସିଞ୍ଚେ 

ଶାନ୍ତି ମୈତ୍ରୀ ଐକ୍ଯ ଦୟା ଚନ୍ଦ୍ରାଲୋକ

ଅମିୟ ସ୍ଫୁରଣ ବିଞ୍ଚେ..!


ସଞ୍ଚିତ କରେ ଯେ' ଭିଜାମାଟି ବାସ୍ନା 

ମେଣ୍ଟାଏ ଅତୃପ୍ତ ତୃଷ୍ଣା

ଜଗତ କଲ୍ୟାଣେ ଶବ୍ଦ ଧନୁବାଣେ

ଝାରେ ମୃଦୁ ମନ୍ଦ ଜ୍ୱୋତ୍ସା..!


ସ୍ନିଗ୍ଧ ଶୀତଳ ତା' ସେନେହ କୋଳ

ମଧୂର ମୁରଲୀ ସ୍ୱର 

ହିନ୍ଦୁ ମୁସଲିମ୍ ଶିଖ୍ ଖ୍ରୀଷ୍ଟିଆନ 

ସର୍ବ ଧର୍ମ ଏକାକାର..!


ବିଦଗ୍ଧ ଅନଳ ଉତ୍କଟ ଗରଳ 

ତା' ସ୍ପର୍ଶେ ସୁବାସ ଫୁଲ

ଜୀବନ ପଥେ ସେ ସତ୍ୟ ବଖାଣେ 

ଲେଖନୀ ଅମୁଲ ମୁଲ..!


ଭଗିରଥୀ ସେ ମୁଁ ଶଗର ଅଂଶ 

ବଂଶ ପାଇଁ ତାକୁ ଖୋଜେ

ପବିତ୍ର ପୟୋଧି ତା' ଅଙ୍ଗ ପରଷେ

କଳ୍ପନା ଅନ୍ତରେ ଭିଜେ..!


ପରିତ୍ରାଣେ ଯେତେ ସ୍ୱ-କଳୁଷବିତ 

ଯୁଗଧର୍ମ ବାର୍ତ୍ତାବହ 

ସାହିତ୍ୟ ସାଧନ ସତସଙ୍ଗେ ମନ

ଭାସୁ ବାସ୍ନା ମହମହ..!


ଅହର୍ନିଶି ରହୁ ତା'ସାଥେ ସମ୍ପର୍କ 

ସେ ଦେହ ମୁଁ ତା' ଛାଇ

ତା' ସାଥେ ଚାଲିବି ହାତେ ରଖି ହାତ

ଯେହ୍ନେ କୂଳ ସଙ୍ଗେ ନଈ..!


କ୍ରମଶଃ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational