କବିର କଥା
କବିର କଥା
କବିଟିଏ ହେଲି କବିତା ରଚିଲି
ମନ ଖୁସି ହେଲା ମୋର ।
ପାଠକେ ପଢିଲେ କବିତାକୁ ମୋର
ଆନନ୍ଦ ହେଲା ଅପାର ।୧।
ଯେତିକି ଯେତିକି ଅଧିକ ପାଠକ
ପଢିଲେ କବିତା ମୋର ।
ସେତିକି ସେତିକି ଅଧିକ ଆନନ୍ଦ
ଲଭି ମୁଁ ହେଲି ବିଭୋର ।୨।
କେତେଜଣ ମୋର କବିତା ପଢିଲେ
ନିତି ଦେଖୁଥାଏ ମୁହିଁ ।
କେତେ ଯେ ତହିଁରୁ ଆନନ୍ଦ ପାଏ ମୁଁ
କିଏ ସେ ପାରିବ କହି ?୩।
ଲାଇକ୍ ରେଟିଂ କଲେ କି ନ କଲେ
ସେକଥା ମୁଁ ଦେଖେନାହିଁ ।
ଫେସବୁକରେ କମେଣ୍ଟ ସେ ଦେଲେ
ମତାମତ ଦିଏ ମୁହିଁ ।୪।
ଷ୍ଟୋରି ମିରରରେ ଦୁଇ ଦୁଇ ଥର
ପାଠକଙ୍କ ମତ ପାଇ ।
ସପ୍ତାହର କବି ହେବାରୁ ସୁଯୋଗ
ଆସିଅଛି ମୋର ପାଇଁ ।୫।
ନାମାଙ୍କନ ମୋର ହୋଇଅଛି ଏବେ
ଦିହଜାର ବାଇଶିର ।
ଶ୍ରେଷ୍ଠ କବି ଭାବେ ଓଡିଆ ଭାଷାର
ପରିଚୟ ହେବ ମୋର ।୬।
ପାଠକଙ୍କୁ ମୋର ଜଣାଏ ଏତିକି
ପଢି ପଢାଅ ଆନକୁ ।
କବିତା ମୋହର ,ବିଜୟୀ କରାଅ
ଭୋଟ୍ ଦେଇ ଏ କବିକୁ ।୭।
ଷ୍ଟୋରି ମିରରର ଏ ଆପ୍ଲିକେସନ
ଘରେ ଘରେ ପହଞ୍ଚାଅ ।
ଭାଷାର ବିକାଶ ପ୍ରୟାସରେ ଏବେ
ସଭିଏଁ ସଂଲଗ୍ନ ହୁଅ ।୮।
କବିତା ପଢିବ କେବେ ନଭୁଲିବ
ଭୋଟ୍ ଗୋଟିଏ ଦେବ ।
ଅନ୍ୟକୁ କହିବ କିପରି ପଢିବେ
ଭୋଟ୍ ଦେଇ ଦିଆଇବ ।୯।
