STORYMIRROR

Subhalaxmi Nayak

Abstract

2  

Subhalaxmi Nayak

Abstract

କବିର ବେଦନା

କବିର ବେଦନା

1 min
3.5K

ଭାବ ବିହ୍ବଳ ମନ ପ୍ରାଣ

ନିଦ୍ରାହୀନ ରଜନୀରେ କବିପ୍ରାଣ ବିଲୀନ,

ସତେ କିବା କିଛି ଭ୍ରାନ୍ତି

ଅଚିରେ ବାସ୍ତବ ରୂପ ଧାରଣ ନିମିତ୍ତ ଅତ୍ୟନ୍ତ ଉଚ୍ଛନ୍ନ,

ଲେଖନୀ ଚଳଚଞ୍ଚଳ ଭାବ ପ୍ରକାଶର ସୃଜନୀ ନିମନ୍ତେ,

କିନ୍ତୁ ବ୍ୟର୍ଥ ଚେଷ୍ଟା....ଅଦ୍ଭୁତ ଏ ପରିସ୍ଥିତି ଅନୁଧ୍ୟାନ,

କାରଣ, ଗଭୀର ଚେତନାର ମାୟାଜାଲରେ

ଅନ୍ତରଙ୍ଗ ଶବ୍ଦ ସମୁହ ହୋଇ ଦିଶାହୀନ

ଚିରକାଳ ଚକ୍ରବ୍ୟୁହର ଚକ୍ରାନ୍ତ ମଧ୍ୟେ କରନ୍ତି ଅବସ୍ଥାନ


Rate this content
Log in

Similar oriya poem from Abstract