STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

କବିଚନ୍ଦ୍ରଙ୍କ ପବିତ୍ର ସ୍ମୃତିରେ

କବିଚନ୍ଦ୍ରଙ୍କ ପବିତ୍ର ସ୍ମୃତିରେ

1 min
193

ଝୁରୁଅଛି ଗଡ଼    ବଡମ୍ବା ନଗର

   ବାଙ୍କୀ ଉଚ୍ଚ ବିଦ୍ୟାପୀଠ

ହେ ସ୍ୱନାମଧନ୍ୟ  କବିଚନ୍ଦ୍ର କାଳି

   ନାଟ୍ୟାଚାର୍ଯ୍ୟ ଫେରିଆସ ।

ଏକାଧାରେ ତୁମେ   କବି ନାଟ୍ୟକାର

     ଗାଳ୍ପିକ ସୁସାହିତ୍ୟିକ

ରଚନା କରିଛ    ବହୁ ଏକାଙ୍କିକା

    ଓଡିଶୀ ନୃତ୍ୟ ସଙ୍ଗୀତ ।

ବାଙ୍କୀ ବିଦ୍ୟାପୀଠେ  ଅଧ୍ୟୟନ କାଳେ

     ପ୍ରକାଶ ଉଦୁଉଦୁମା

ଅଟଇ ପ୍ରଥମ    ପ୍ରକାଶିତ ପଦ୍ୟ

    କଳଙ୍କ ଭଞ୍ଜନ ଲୀଳା ।

ରଚିଥିଲ ତୁମେ   ଖଣ୍ଡକାବ୍ୟ ଏକ

     ନାମଟି ମହାପର୍ବତ

ରାଜ୍ୟେ ଚଳାଇଲ  ନାଟ୍ୟ ଆନ୍ଦୋଳନ

     ଗଢି ଓଡ଼ିଶା ଥିଏଟର୍ସ ।

ତୁମ ସାରସ୍ୱତ    ସଫଳ ସାଧନା

     ଗାଏ ତୁମ ଯଶ କୀର୍ତ୍ତି

ସ୍ୱଆତ୍ମଜୀବନୀ    କୁମ୍ଭାର ଚକକୁ

     ମିଳିଛି କେନ୍ଦ୍ର ସ୍ୱୀକୃତି ।

ଉତ୍କଳ ସାହିତ୍ୟ  ସମାଜ ଦେଇଛି

    ସମ୍ବୋଧନ ନାଟ୍ୟାଚାର୍ଯ୍ୟ

ଦେଇଛନ୍ତି ପୁଣି  ପଦ୍ମଶ୍ରୀ ସମ୍ମାନ

    ଆମ ଦେଶ ସରକାର ।

ଯଶୋଦେହୀ ତୁମେ  ରହିବ ଅମର

     ହେ ନାୟକ କବିଚନ୍ଦ୍ର

ହେ କାଳିଚରଣ   ରହିଥାଅ ଯହିଁ

     ଶ୍ରଦ୍ଧାଞ୍ଜଳି ଆମ ଘେନ ।


Rate this content
Log in

Similar oriya poem from Inspirational