STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

କବି,,,

କବି,,,

1 min
235

ଅଗାଧ ବିଶ୍ୱାସ ନେଇ ବଞ୍ଚିବା ପ୍ରୟାସ

ଜୀବନର ମାନଦଣ୍ଡ ଦେଉଛି ଜିଜ୍ଞାଶ

ସୁପ୍ତ ଭାବେ ଆଁକୁଛି ନାନା ଭିନ୍ନ କାବ୍ୟ,

ପ୍ରିତୀ ପୁର୍ଣ୍ଣ ଭଷାକୋଷ,ପୂର୍ଣ୍ଣରୂପେ ସଭ୍ୟ


କେବେ ଲେଖନୀ ମୁନରେ,ପ୍ରିୟା ମନ କଥା

କେବେ ହୃଦୟ ବେଦନା,ଅନ୍ତରର ବ୍ୟଥା

କେବେ କୁହୁଁଳା ନିଆକୁ ଫୁଙ୍କି ତେଜ କରି

କେବେ ବୁଝିଲା ନିଆଁରେ ଇନ୍ଧନ ଉଜାଡି


କେବେ ଦେଶ ଜାତି ପାଇଁ,ଆଞ୍ଜୁଳାଏ ଲହୁ

କେବେ କାହା ଦୁଃଖେ ଭରି କଣିକାଏ ମହୁ

କେବେ ଦରିଦ୍ରର ଦେଖି ଅସହାୟ ସ୍ଥିତି

କେବେ କାହା ଭାବନାରେ ନିମ୍ନତ୍ତର ଗତୀ


କେବେ ପୁତ୍ର ପିତା ସାଥେ ଅସହ୍ୟ ସମ୍ପର୍କ

କେବେ ପୁତ୍ର ମାତା ପାଇଁ ସମ୍ପର୍କ ବିତର୍କ

କେବେ ଭ୍ରୁଣ ହତ୍ୟା କରି ନାରୀ ହୁଏ ସତୀ

କେବେ ଶିଶୁ ଲଜ୍ୟା ଲୁଟି ରାକ୍ଷସ ର ମୁକ୍ତି


କେବେ କେବେ କବି ଲେଖେ ଧରା ଶ୍ରୀ ମଣ୍ଡନ

କେବେ ଲେଖେ ନଦନଦୀ ଝରଣା ସ୍ପନ୍ଦନ

ନାନା ବର୍ଣ୍ଣ କବିତାର କବିତ୍ୱ ଭାବୁକ

କବି ସଦା ଲେଖେ କାବ୍ୟ,ଏହା ସ୍ୱାଭାବିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract