STORYMIRROR

Sagar Kumar Parida

Abstract Classics

3  

Sagar Kumar Parida

Abstract Classics

କବି ସମ୍ରାଟ ଉପେନ୍ଦ୍ରଭଞ୍ଜ

କବି ସମ୍ରାଟ ଉପେନ୍ଦ୍ରଭଞ୍ଜ

1 min
307

ଘୁମୁସର ରାଜ ଵଂଶର ଦାୟଦ

ବାଲ୍ୟରୁ ପ୍ରତିଭାଶାଳୀ,

ପିତା ନୀଳକଣ୍ଠ ଔରସରୁ ଜାତ

ଉପେନ୍ଦ୍ର ନାମ ତୁମରି।।

ପିତାମହ ଧନଞ୍ଜୟଙ୍କ ସ୍ନେହରେ

ହୋଇ ଲାଳନ ପାଳନ,

ପ୍ରଭାବିତ ହୋଇ ତାଙ୍କରି ଗୁଣକୁ

କରିଲ ଅନୁସରଣ।।

ରଘୁନାଥ ସିଦ୍ଧ ମହାପୁରୁଷଙ୍କ

ତାରକା ମନ୍ତ୍ରକୁ ପାଇ

ରଚନା କରିଲ ଦିବ୍ୟ ଗ୍ରନ୍ଥମାନ

ଅମୂଲ୍ୟ ଆମରି ପାଇଁ।।

ପୁରୀ ରାଜା ପୁରୁଷୋତ୍ତମ ଦେବ

ବୀରବର ଉପାଧିରେ,

କବି ମହେନ୍ଦ୍ର ସମ୍ବୋଧନ କଲେ

କବି ସମ୍ରାଟ ନାମରେ।।

ବାଉନ ଗୋଟି ଗ୍ରନ୍ଥ ଲେଖିଥିଲ

ତୁମେ ଜୀବନ କାଳରେ 

ହାତ ପାହାନ୍ତାରେ ରହିଅଛି କିଛି

କିଛି ଅଦୃଶ୍ୟ ହାତରେ।।

ସୁଭଦ୍ରା ପରିଣୟ, ଲାବଣ୍ୟବତୀ

ବ୍ରଜଲୀଳା ,ରାସଲୀଳା

ବୈଦେହୀଶ ବିଳାଶ,କଳାକୌତୁକ

କାବ୍ୟର ଅମୃତ ଧାରା।।

ରିତିଯୁଗ ସ୍ରଷ୍ଟା ହେ ଉପେନ୍ଦ୍ରଭଞ୍ଜ

ଅଦ୍ଵିତୀୟ କବିବର,

ପ୍ରଣାମ ଜଣାଏ ତୁମ ପାଦ ଧାୟୀ

ଫେରିଆସ ଏ ଉତ୍କଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract