STORYMIRROR

Santanu Bisoi

Abstract

2  

Santanu Bisoi

Abstract

କବି ରବି ସିଂ

କବି ରବି ସିଂ

1 min
3.1K

"ପଥପ୍ରାନ୍ତର କବିତା"ର କବି

"ବିଷବାଣୀ" ଢାଳି ଦିଅ,

"ସର୍ବାହରା"ପାଇଁ "ଚରମ ପତ୍ର"

ଭଗବାନଙ୍କୁ ପଠାଅ


ତୁମେ "ଅନ୍ୟାୟର ଚର୍ଯ୍ୟାପଦ"ରେ

ବିଦୀର୍ଣ୍ଣ କ୍ଷତ କୁ ନେଇ,

"ଜ୍ବାଳାର ମାଳା" ପିନ୍ଧି ଯୁଝୁଥାଅ

ସାମ୍ୟବାଦ ଝଡ଼ ହୋଇ


ଦୁର୍ଗମ ଗିରି ଭୃକୁଟି ପଥରେ

ଅପ୍ରୀତିକର କବିତା

ଶୁଣାଇଛ ତୁମେ ଆମଏ ଜାତିକୁ

ଶିଥିଳ ବଳ୍ଗ ପ୍ରଣେତା


ଉଠ ଉଠ କ୍ରାନ୍ତି, ତେଜ ହେ ନିଦ୍ରା

ଲାଲ ପାଗୋଡାର ପ୍ରେତ,

ଅଶ୍ରୁର ଆଜି ବନ୍ୟା ଛୁଟୁଛି ହେ

ଖୋଲ ମୁଦ୍ରିତ ନେତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract