STORYMIRROR

Santanu Bisoi

Abstract

2  

Santanu Bisoi

Abstract

କବି ଓ କଲମ।

କବି ଓ କଲମ।

1 min
2.9K

କଲମ ନୁହେଁ ମୁଁ କମାଣ ଧରିଛି

ପଛେ ବୁଲି କିମ୍ପା ଦେଖିବି,

ପର ହେଉ ଅବା ନିଜର ସେ ହେଉ

ଅନ୍ୟାୟ ଦେଖିଲେ ନାଛିବି


ଦେଖିଲେ ଅନ୍ୟାୟ ଅନୀତି ଦୁର୍ନୀତି

ବିରୋଧରେ ତାର ଲେଖିବି,

ଝରୁଥିଲେ କାଳି ଝରା କଲମରୁ

କଳଙ୍କ କାଳିମା ପୋଛିବି


ଅସିର ଧାରଠୁ ମୋ ମସିର ଗାର

ତୀକ୍ଷ୍ଣ ଓ ଶାଣିତ ରଖିବି,

ଚଣ୍ଡାଶୋକ ହସ୍ତୁ ଅସ୍ତ୍ର ଫିଙ୍ଗୁଥିବେ

ପରାଜୟ ଗାଥା ଲେଖିବି


ଅସି ଗଡାଇଲେ ଗୋଟିଏ ମସ୍ତକ

ଲେଖନୀ ଝଙ୍କୃତ କରିବି,

ଶାଣିତ ଲେଖାରେ କୋଟିଏ ବିପ୍ଳବୀ

ଏକ ସାଥେ ଗଢି ତୋଳିବି


ବାରୁଦ ଓ ତୋପ ନିଆଁରେ ଜଳିଲେ

ଫୁଟିଥିବ ଲାଜେ ଲାଜେ

ବିପ୍ଳବୀ କବିତା ସଂଘର୍ଷ କାହାଣୀ

ବିସ୍ଫୋରକ ହେବ ସମାଜେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract