କବି ଓ କଲମ
କବି ଓ କଲମ
ମୁଁ କବି
ମୋର କଲମ
କହେ କଥା
ବୁଝେ ମୋର ବ୍ଯଥା
ଦେଖାଏ ବି
ଚାଲିବାକୁ ରାସ୍ତା।
ଏ କଲମ
କେବେ ମାନେନା
କାହାର ବୋଲ
ପରାଧୀନତାରେ ବନ୍ଦୀ
ହେବାକୁ ଚାହେଁନା
ମୋ କଲମର ମୁନ ।
ସେ ଯାହା ଦେଖେ
ତାହା ଲେଖେ
ଢିଙ୍କିଶାଳରୁ ଢେଙ୍କାନାଳ
ଯାତ୍ରା ତା'ର ଚାଲିଥାଏ
ପ୍ରତିବନ୍ଧକୁ କେବେ
ଖାତିର୍ ନଥାଏ ।
କ୍ରାନ୍ତି ଆଣିବାକୁ ଚାହେଁ
ମୋ କଲମର ମୁନ
ବିପ୍ଳବ ବି ସ୍ରୁଷ୍ଟିକରିପାରେ
ସୃଷ୍ଟିକୁ କରିବାକୁ ପୁର୍ଣ୍ଣ ।
ଚାପିବାକୁ ଚାହେଁନା ମୁଁ
ତା ସ୍ବାଧୀନତାର ସ୍ବର,
ସେ ତୋଳୁଥାଏ
ମୋ ଭିତରେ ସଦା
ସ୍ବପ୍ନ ଜିଇଁବାର।
ହବାକୁ ଦିଏନା ମୁଁ
କେବେ ତାକୁ ଅସହାୟ,
ମୁଁ ଯେ କବି
ମୋର କବିତ୍ବ ହିଁ
ମୋର ପରିଚୟ ।
ଜୀବନର ଶେଷ
ନିଃଶ୍ବାସ ଯାଏ
ସେ ତୋଳୁଥିବ
ମୋ ହୃଦୟରେ ସ୍ପନ୍ଦନ,
ବନ୍ଦ ହୋଇଯିବ ଯେବେ
ତାର ମସୀର ଧାର
ତାହା ହେବ ନିଶ୍ଚେ
ମୋର ଶେଷ ଦିନ।।
