STORYMIRROR

Sunanda Mohanty

Abstract Others

2  

Sunanda Mohanty

Abstract Others

କବି ଓ କବିତା

କବି ଓ କବିତା

1 min
159


ଶବ୍ଦ ତ ଶବ୍ଦ କବିର ଶବ୍ଦ 

କୁହୁକ ର ଯାଦୁଗର 

କବି ଗଢେ ଶବ୍ଦ ର ପାହାଡ଼ 

ସେ ପାହାଡ଼େ ସ୍ୱର ଲୟ ତାଳ ,

ଆଉ କେବେ ଅନ୍ତାକ୍ଷରୀ ହାର 

ଶୁଣି ତାକୁ କିଏ କହେ ମୁଁ ଯାଆନ୍ତି 

କି ମରି ଏଇଥର 

ଶୁଣି ଶୁଣି ଚମତ୍କାରିତା ମନ୍ତ୍ର ଓ ତନ୍ତ୍ରର ,

ଶବ୍ଦ ପାହାଡ଼ ଭିତରେ ବୋଧେ 

ମେଘ କରିଛି ବର୍ଷା ପାଇଁ ଘର 

ଛମଛମ ନାଚୁଛି ମୟୁର 

ଯେବେ କଳା ବାଦଲ ଦେଖାଏ ଚାତର ,

ଶବ୍ଦ ପାହାଡ଼ ଭିତରେ 

ବିରହୀ ର ସ୍ୱର 

ଛୀର୍ଣ୍ଣବୀଣା ସ୍ୱର ତୋଳେ ଆର୍ତ୍ତନାଦର 

ଶବ୍ଦ ପାହାଡ଼ ଭିତରେ ପ୍ରେମୀର ,

ଆସ୍ପର୍ଦ୍ଧା ଭାଙ୍ଗେ ଗଢେ 

ଶତ କଦମ୍ବ ମହ୍ଲାର 

କେବେ କେବେ ଶବ୍ଦ ପାହାଡ଼େ 

ଶୁଭେ ଶବ୍ଦ ଙ୍କକ୍ଵଣର 

ହୁଏତ ରାଜକୁମାରୀର ,

ବା ହୋଇପାରେ ଅଶରିରୀ 

ବୁଢ଼ୀ ଅସୁରୁଣୀର 

ଅବା ଶ୍ରିମନ୍ତିନୀ ସଧବାର ସିନ୍ଦୁର ଧାର 

ଅବା ବିଧବା ଲଲାଟର ତିଳକ ଚନ୍ଦନର ,

ହୋଇପାରେ ଶାଣିତ ଶୋଣିତ ସେ 

ତରବାରୀ ରାଜକୁମାର ର 

କେବେ ପୁଣି ରାଜନୀତି ପ୍ରିୟାପ୍ରୀତି 

ହଟଚମଟର ।


Rate this content
Log in

Similar oriya poem from Abstract