STORYMIRROR

Sivaram Thakur

Inspirational Others

3  

Sivaram Thakur

Inspirational Others

କୌଠି ଅଛ ଶୀଘ୍ର ଆସତୁମେ ଫେରି

କୌଠି ଅଛ ଶୀଘ୍ର ଆସତୁମେ ଫେରି

1 min
33


ଶାନ୍ତିର ବାର୍ତ୍ତା ଦେଇ

    ତୁମେ ଚାଲିଗଲ ବାପୁ

        ଏଠି ହାଁ ହାଁ ଖାଁ ଖାଁ ଚାଲିଅଛି ଖାଲି,

ହେ ବୋଷ! ରାଜଗୁରୁ

    ଭାଗତସିଂ ସୁଖଦେବ 

        କୌଠି ଅଛ ଶୀଘ୍ର ଆସତୁମେ ଫେରି ॥୧॥

ସ୍ଵାଧୀନ ହେଲୁ ବୋଲି

    ଚନ୍ଦ୍ରିକା ସାଉଟୁ ଥିଲୁ

        ଖାଲି ମରୀଚିକା ପଛେ ପଛେ ଘୁରି ,

ଶାନ୍ତିର ଦୂତ ଏବେ

    ଅଶାନ୍ତିର ବୀଜ ବୁଣେ

        କୌଠି ଅଛ ଶୀଘ୍ର ଆସତୁମେ ଫେରି ॥୨॥ 

ସୁନାର ଭାରତ

    ସ୍ଵପ୍ନ ହେଲା ଚୂନା

        ବଳିଦାନ ଦେଲ କ୍ରାନ୍ତିକାରୀ,

ଆଜି ପଙ୍ଗପାଳ

    ହିଂସାର ଆହ୍ଵାନ ଦିଏ 

        କୌଠି ଅଛ ଶୀଘ୍ର ଆସତୁମେ ଫେରି ॥୩॥

ବାର ବାର କାଟି

    ଚାଲେ କଅଁଳିଆ ଡେଣା

        ହିଂସା ଦ୍ଵେଷ ଧର୍ଷଣ ସହିଯାଏ ନାରୀ ,

ତୁଟିଗଲା ଏବେ

    ଅନ୍ୟ ଉପରେ ଭରଷା

        କୌଠି ଅଛ ଶୀଘ୍ର ଆସତୁମେ ଫେରି ॥୪॥

        ହେ ଅମର ବୀର ଯୋଦ୍ଧା କ୍ରାନ୍ତିକାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational