କୌମୁଦୀ
କୌମୁଦୀ
ଖ'ମଣ୍ଡଳୁ ଭରା କମଣ୍ଡଳୁ ନେଇ
ସୁଧା ପରଷିବ ମୋହିନୀ ଖାଣ୍ଟି
କୁମୁଦିନୀ କାନ୍ତ କୌମୁଦୀ ଅନେଇ
ବିତାନେ ଆତପ ଦେଇଛି ବାଣ୍ଟି ।
ଜଳଧି ଜଳରେ ପ୍ରଣୟ କାଳରେ
ପ୍ରବାଳେ ପ୍ରବଳ ସୁହାଗେ ଭାତି
କାଳର ତାଳରେ ଗହଳ ଡାଳରେ
କଳିବେ କଳିକା ଅଳିପେ ମାତି ।
