କୈବର୍ତ୍ତ ପୂର୍ଣ୍ଣିମା ଆଜି
କୈବର୍ତ୍ତ ପୂର୍ଣ୍ଣିମା ଆଜି
କୈବର୍ତ୍ତ ପୂର୍ଣ୍ଣିମା ଆଜି
============
କୈବର୍ତ୍ତପୂର୍ଣ୍ଣିମା ଆଜି ଉଲ୍ଲାସ କୈବର୍ତ୍ତେ l
ପୁର ନଗ୍ର ମୁଖରିତ ଘୋଡ଼ାନାଚ ଗୀତେ ll
ଆକାଶେ ଉଦେ ଚନ୍ଦ୍ରମା ପୀତ ପୂର୍ଣ୍ଣଇନ୍ଦୁ l
ବେଢ଼ି ଅଛନ୍ତି ତାରକେ ଯଥା ମୁକ୍ତା ବିନ୍ଦୁ ll
ଦିଗ ବିଦିଗ କୋମଳ ଜ୍ୟୋତ୍ସ୍ନା ବିଚ୍ଛୁରିତ l
ଜ୍ୟୋତ୍ସ୍ନାସ୍ନାତ ଧରଣୀର ଉପମା କାହିଁତ ll
ଦକ୍ଷିଣରୁ ବହେ ଧିରେ, ମଳୟ ହିଲ୍ଲୋଳ l
କବିଗଣେ ସୃଜିଗଲେ କବିତା କଲ୍ଲୋଳ ll
ଝଙ୍କଡ଼ ଶାରଳା ମାଆ ଶ୍ରୀକ୍ଷେତ୍ର ବିମଳା l
ପାଟୁଆ ଗାଇ ବୁଲନ୍ତି ମଙ୍ଗଳାଙ୍କ ଲୀଳା ll
ଜୟ ମା ପରମେଶ୍ୱରୀ ସତ୍ୟ ସନାତନୀ l
ଜଗତ କାରେଣୀ ମାଆ ଜଗତ ଜନନୀ ll
ଆଦ୍ୟ ପୁରୁଷ କୈବର୍ତ୍ତ କହି ପୁରାଣରେ l
ନାବ ବାହି ସୃଷ୍ଟି ରକ୍ଷା ପ୍ରଳୟ ଜଳରେ ll
ଜୟ ମା ବାସୁଳୀ ଆଜି ପାଉଅଛୁ ପୂଜା l
ନାବପୂଜା କୈବର୍ତ୍ତଙ୍କ ବାଜୁଅଛି ବାଜା ll
ଜୟ ମା ମଙ୍ଗଳମୟୀ ଜୟ ତୁ ମଙ୍ଗଳା l
ଜଗତରେ ମାଆ ତୁହି ରଚିଅଛୁ ଲୀଳା ll
ଜୟ, ଜୟ ଜଗନ୍ନାଥ ନୀଳାଦ୍ରୀ ମଣ୍ଡନ l
ଭବ ନାବିକଙ୍କ ପଦେ ମୋହର ଶରଣ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
