STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

କାଉଡ଼ିଆ

କାଉଡ଼ିଆ

1 min
311


ଆଜି କାଉଡିଆଙ୍କ ମନ ଉଛନ୍ନ 

ଭକ୍ତି ଓ ପ୍ରେମରେ

ସଂସାରର ସବୁ ମାୟାକୁ ଭୁଲି 

ଚାଲିଯିବେ ଶିବଙ୍କ ଦର୍ଶନେ।

 

ସେମାନେ ମାନିବେନି ବର୍ଷାର ରାଜୁତି

ମାନିବେନି ମଧ୍ଯ ପାଦର କଷ୍ଟକୁ

କାନ୍ଧରେ ବାହୁଙ୍ଗି ତୁଣ୍ଡରେ ଶିବନାମ

ଲକ୍ଷ୍ୟ ଓ ଉଦ୍ଦେଶ୍ୟ 

ଶିବକୃପା ଲାଭ କରିବାକୁ।


ମନ ଗହନ ତଳେ ଅସୁମାରୀ ସ୍ବପ୍ନ

ଯେଉଁଠୁ ଗାଧୋଇ

ପୂର୍ଣକୁମ୍ଭ ଧରିବାକୁ ହେବ

ଯିଏ ସିଧାଯାଇ ସମୁଦ୍ରରେ ପଡ଼ିଥିବ।


ସେ ଖୋଜିବୁଲେ ସ୍ୱପ୍ନର ନଦୀକୁ

ପାଇ ଠିକଣା ତାହାର

ଦୌଡିଯାଏ ମନ ଆନନ୍ଦରେ।


ସେଇ ତ ଗୋଟିଏ ମାତ୍ର ନଦୀ

ଆମରି କେନ୍ଦୁଝର ଜିଲ୍ଲାରେ 

ପୁଣ୍ୟ ବୈତରଣୀ 

ଯିଏ କଲକଳ ଛଳଛଳ ପୂରା ଚିରସ୍ରୋତା।


ସେ ମାନେନାହି ବୟସ ଅବା ଠିକଣା

ଶିବଙ୍କ ଜଳଲାଗି ପାଇଁ ତ 

ପୁଅ ହେଉ ଅବା ଝିଅ ପୂରା ମସଗୁଲ

ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସେଇଠି

ଟୋପାଏ ଆଶୀର୍ବାଦ,ମୁଠାଏ ଶୁଭାଶିଷ।


ଦେଖ !

ସେ ଆସି ଯାଇଛି 

ପୂରା ଶୃଙ୍ଖଖଳାରେ ମନ୍ଦିରର ପରିଧିରେ

ଜଳଲାଗି କରିବାକୁ 

ଭକ୍ତିରେ,ପ୍ରେମରେ ଆଉ ଧର୍ମରେ

ଜୀବନକୁ ଉତ୍ସର୍ଗ କରିଛି।


ମନ ଓ ଦେହରେ ଉଛୁଳି ଉଠୁଛି

ସମୁଦ୍ରର ଢେଉ,ପବନର ଗୀତା ନୀରବତା

ପକ୍ଷୀଙ୍କ କାକଳି ସଦୃଶ

ଖାଲି ଉଡ଼ି ବୁଲୁଛି ମନ୍ଦିର ବେଢ଼ାରେ।


ଯେଉଁଠି ଲୁଚି ରହିଛି

ଶିବଙ୍କ ଆଶୀର୍ବାଦ ଆଉ ହସର ଫରୁଆ

ଗୋଟେ ଆଶୀର୍ବାଦ ପାଇଁ 

ହେ ଶିବ ଶଙ୍କର

ପାଦତଳେ ଏତିକି ଗୁହାରି

ଅଧମର ଦୀର୍ଘ ଭବିଷ୍ୟତ ପାଇଁ।

        


Rate this content
Log in

Similar oriya poem from Abstract