STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

କାଠ ମେଳି

କାଠ ମେଳି

1 min
17

ପାର୍ଥିବ ଶରୀର ପଞ୍ଚ ଭୂତ ସହ

 ଲିନ ହେବା ଶୁଭ ମହୁରତ ରେ

କେଉଁଠି ଥାନ୍ତି କେଜାଣି

ଆଖି ପିଛୁଳାକେ କୁରୁ କୁରୁ ହସନ୍ତି କାଠ ମେଳି l

ପୂର୍ଣ୍ଣ କୁ ଶୂନ୍ୟ କରି

ସବୁ ଆଶl ଉଦ୍ଦୀପନା

କଳ୍ପନା ଜଳ୍ପନା

ସ୍ନେହ ପ୍ରେମ କୁ ଗଣ୍ଠିଲି ରେ ବାନ୍ଧି

 ପକେଇ ଦିଅନ୍ତି ଚଉରାଶି ନର୍କ ରେ

ଅବା ଭିଜେଇ ଦିଅନ୍ତି ଦିବ୍ୟ ମଧୁ ଅର୍କ ରେ l

ଏମାନଙ୍କ ଯାତ୍ରା ଜନ୍ମ ବେଦୀ ରୁ ବିଭା ବେଦୀ 

ଆଉ ବିଭା ବେଦୀ ମଶାଣି ବେଦୀ ଯାଏଁ

ଅନ୍ଧାର ରୁ ଆଲୋକ

ନା ଆଲୋକ ରୁ ଅନ୍ଧାର 

 ସେଇ ଷଷ୍ଠ କାଠ ହିଁ ବିଜ୍ଞାପନ କରନ୍ତି

ସର୍ବ ଜନ ଗୃହୀତ ଇସ୍ତାହାର ...

ଆଠ ଗଣ୍ଠି ପକାଇ

ଦୁନିଆଁ ବଡ଼ ଦାଣ୍ଡ ରେ

ନିତ୍ୟ ସତ୍ୟ ଖଇ କଉଡ଼ି

 ମୁଠାଏ ମୁଠାଏ ବିଞ୍ଚି ଦେଇ

ରାମ ନାମ୍ ସତ୍ୟ ର ନାଦ କାନରେ ଶୁଣେଇ ଦେଇ

କାଳ କାଳ ପାଇଁ....l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy