କାଶତଣ୍ଡୀ
କାଶତଣ୍ଡୀ
ବରଷା କମିଲେ
କାଶତଣ୍ଡୀଆସେ
ଆନନ୍ଦ ଦିଶେ ଭୁବନ ।
ନଦୀଶୁଖିଗଲେ
ଶରତ ହରଷେ
କିଣଇ ଜନଙ୍କ ମନ ।
ଶରତେ ଆସନ୍ତି
ମାତା ଜୟ ଦୁର୍ଗା
ପୂଜନ୍ତି ବିହ୍ଵଳ ହୋଇ ।
କାଶତଣ୍ଡୀ ରହି
ଶୁଭେଚ୍ଛା ଜଣାଏ
ତାଙ୍କ ଆଗ ମନୀ ପାଇଁ ।
ଝର ଝର ହୋଇ
ମାରୁତ ବହଇ
କୋଇଲି ର ତାନ ନାହିଁ ।
ମୃଦଳ ପବନ
ବହେ ଘନ ଘନ
ସୁବାସିତ ଗନ୍ଧ ନାହିଁ ।
ଜନ ମାନସରେ
ଚିତ୍ତ ସରସରେ
ନିତ୍ୟ ଖେଳୁ ଥାଇ ରାସ ।
କାଶତଣ୍ଡି ସ୍ମୃତି
ହୋଇ ଉଲ୍ଲସିତ
ବିଛୁର କରଇ ଦୃଶ୍ୟ ।
ଜୀବନର ଗାତ୍ରେ
ମା ଆସିବା ମାତ୍ରେ
କାଶତଣ୍ଡି ହସୁଥାଇ ।
କଳ୍ପନାର କୁଞ୍ଜେ
ଭାବନାର ପୁଞ୍ଜେ
ମହକି ପ୍ରାୟ ଉଠଇ ।
ଚନ୍ଦ୍ରଙ୍କ ଜ୍ୟୋତ୍ସ୍ନାର
ଚାନ୍ଦିନୀ ନିଶିଥେ
କାଶତଣ୍ଡୀ ରୂପ ରୁପା ।
ଦେଖଣା ହାରିର
ମନ ଲାଗି ଯାଏ
ଦୁଃଖ ହୋଇଯାଏ ଚୋପା ।