Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

4  

Jagannath Das

Inspirational

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
269



ଜାଣ ଯେତେ ଭାବେ

କାଶତଣ୍ଡୀ ଏବେ

ଫୁରୁ ଫୁରୁ ଉଡ଼ୁ ଥାଏ ।


ଗଗନର ତଳେ 

ସମ୍ମିଳିତ ବେଳେ 

ସୁରୁ ସୁରୁ ଵାଆ ବହେ ।


ଦୋହୁଲି ଦୋହୁଲି

କେତେ ହଲି ହଲି

ଭାବ ଭଙ୍ଗୀ କରୁତୁହି ।


ନାଚି ନାଚି ସତେ

ଖେଳୁଛୁ ମରତେ

ମାତା ଆଗମାନୀ ପାଇଁ ।


କେତେଯେ ସୁଷମା 

ଅପାର ମହିମା 

ମରତ ଭୂଇଁ ରେ ଦିଶେ ।


କାଶତଣ୍ଡୀ ତୁହି

ନିତି ହସୁଥାଇ

ଶରତ ଋତୁ ର ପାଶେ ।


ଜ୍ୟୋଛନା ଅଙ୍ଗନେ

ନିଶିଥ ଗଗନେ

ରୁପା ସମ ଝଟକୁଇ ।


ସସାଗରା ଧରା

ସ୍ୱଚ୍ଛ ଦିଶେ ତ୍ୱରା

ଆନନ୍ଦିତ ଦିଶେ ମହି ।


ମାତା ଆଗମନୀ

ଆସିଅଛୁ ଘେନି

ମରତବାସି ଙ୍କ ପାଇଁ ।


ଦୁତି ପ୍ରାୟ ସାଜି

ଆସି ଅଛୁ ଆଜି

ମାତା ଙ୍କ ପରଶ ନେଇ ।


ମାତାଙ୍କ ଖବର

ଦେଇଣ ଜବର

ଖୁସିରେ ନାଚୁତ ତୁହି ।


ନଦୀ ପଠା ପରେ

ହେଉ ସାଇଁ ସାଇଁ

ଦର୍ଶନେ ଖୁସି ଲାଗଇ ।


ତଵ ନାଚ ଦେଖି

ଧରା ଯାଏ ଲାଖି

ଆନନ୍ଦେ ଭାସି ଉଠଇ ।


ମରତ ଶରତ

ହୁଏ ଉଲ୍ଲସିତ

ତୋତେ ତ ଶ୍ରଦ୍ଧା କରଇ ।


ଜଗତ ର ମାତ

ହୁଇବେ ତ ପ୍ରୀତ

ଝଟକା ରୂପ କୁ ଦେଖି ।


ରୌପ୍ୟ ବତ ରୂପ

ଗଢ଼ିଛନ୍ତି ଭୂପ

ଦୋହୁଲୁ ମଥାକୁ ଟେକି ।


Rate this content
Log in

Similar oriya poem from Inspirational