STORYMIRROR

Ramakanta Das

Inspirational

4  

Ramakanta Das

Inspirational

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
382

ଶରତ ଋତୁର ଧଳା ମେଘ ଭର୍ତ୍ତି    

ଆକାଶର ତଳେ 

କାଶତଣ୍ଡୀ ଫୁଲ ଫୁଟିଅଛି ଆଜି

ମୋ ଗାଁର ନଈ କୂଳେ ।


କାଶତଣ୍ଡୀ ଫୁଲେ ଏ ସାରା ମହୀ

ଦିଶୁଥାଏ ଧବଳ 

ସରୋବରେ ଫୁଟିଅଛି ଆଜି

କୁମୁଦ କମଳ ।


ସଶ୍ୟ ଶ୍ୟାମଳା ଧରଣୀରେ ନିଜ

ପତିଆରା ବିସ୍ତାର କରି

ନଦୀପଠା ଠାରୁ ରାସ୍ତାକଡ ପର୍ଯ୍ୟନ୍ତ

ସବୁଠି ସୌନ୍ଦର୍ଯ୍ୟ ଦେଇଛି ଭରି ।


ଚଉଦିଗେ ଏବେ ଭରି ରହିଅଛି

ମାଳ ମାଳ କାଶତଣ୍ଡୀ

ସୁଲୁସୁଲିଆ ପବନରେ ଦୋଳି

ଖେଳୁଅଛି କାଶତଣ୍ଡୀ ।


ଆଶ୍ଵିନ ମାସର କଅଁଳିଆ ବାଦଲର

ହାଲକା ହାଲକା ପବନରେ

ଖିଲିଖିଲି ଗୀତ ଗାଇ ଖେଳି ବୁଲେ

ଧରଣୀ ବକ୍ଷରେ ।


ଧରଣୀ ରାଣୀ ଓଢ଼ି ହୋଇଛି

ଧଳା ରଙ୍ଗର ଚାଦର

ଦୂରଦିଗନ୍ତ ପର୍ଯ୍ୟନ୍ତ

ଦିଶୁଥାଏ ସୁନ୍ଦର ।


ଓଡ଼ିଆ ସଂସ୍କୃତି ମଧ୍ୟ ଅଙ୍ଗାଙ୍ଗୀ ଭାବେ

ଏହି ଫୁଲ ଜଡିତ

ପବନରେ କାଶତଣ୍ଡୀ ଫୁଲ ହଲିଝୁଲି

ମା ଙ୍କୁ କରେ ସ୍ୱାଗତ ।


କୃଷି କ୍ଷେତ୍ରରେ ଧରଣୀ ରାଣୀ

ସବୁଜ ବନାନୀ

ଧରାପୃଷ୍ଠକୁ ଓହ୍ଲାଇବେ

ମା ଜଗତ ଜନନୀ ।


Rate this content
Log in

Similar oriya poem from Inspirational