Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance

3  

Birakishore Nayak

Romance

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
217


ଏକ ଋତୁ ପରେ ଆନ ଋତୁ ଆସେ 

   ଶରତ ଯେ ହସିଲାଣି,

ହେଲାଣି ଆକାଶ କେତେ ଯେ ନିର୍ମଳ

   ଧଳା ମେଘ ଭାସିଲାଣି |


ଆକାଶ ସତେ କି ସ୍ୱପ୍ନ ମlଖୁଛି

   ହେବାପାଇଁ ମନୋରମ,

ଆଉ ଦୋଳାଇତ ହୁଏ ନାହିଁ ସିଏ

   ହୋଇଛି ଭାବ ପ୍ରବଣ |


ନଈ ପଠା ପରେ କାଶତଣ୍ଡୀ ଫୁଲ

   ଦୋଳିଖେଳେ ସମୀରଣେ,

ସତେ କି ଯୌବନା ପ୍ରୀତି ପରଶୁଛି

   ସାଇତି ଥିଲା ସେ ମନେ |


ଉଲଗ୍ନ ସତେକି ଶ୍ୱେତ ରଙ୍ଗ ଭରେ 

   ଗୋରୀଟିଏ କେତେ ସିଏ,

ହୁଏ ଢଳ ଢଳ ସମୀର ପରଶେ

    ଉନ୍ମାଦନା ଭରିଥାଏ |


ମନ ଆନମନା ସ୍ୱାଗତ କରିବ

    ଆସିବେ ଜଗଜ୍ଜନନୀ,

ଶ୍ୱେତ ଶାଢ଼ୀ ପିନ୍ଧି କାଶତଣ୍ଡୀ ଚାହେଁ 

    ହେବାପlଇଁ ପୁଜାରିଣୀ |


ମନେ ତା ଭରିଛି କୁଆଁରୀ ସପନ

    ମାଆଙ୍କୁ କରିବ ଅଳି,

ପରିପୂର୍ଣ୍ଣ ହେବ ସତେ ତା ଜୀବନ

    ଆଶୀଷ ଦେବେ ସେ ଢାଳି |


ନଈ ହସେ ପରା ଭରି କେତେ ଆଶା

    କାଶତଣ୍ଡୀ ସ୍ପର୍ଶ ପାଇଁ,

ଖରାବେଳେ ଯେବେ ପଡେ ତା ବକ୍ଷରେ

    କାଶତଣ୍ଡୀ ଫୁଲ ଛାଇ |


ଉତଫୁଲ୍ଲିତ ସେ କୁଳୁ କୁଳୁ ନାଦେ

    କୂଳକୁ ସେ ଛୁଉଁଥାଏ,

ଛାଇଟା କି କେବେ ଧରା ଦେବ ତାକୁ

    ମନମାରି ବହିଯାଏ |


ପ୍ରକୃତି ଭରିଛି କେତେ ସମ୍ମୋହନ

     କାଶତଣ୍ଡୀ ଫୁଲ ଦେହେ,

ସବୁ ମନକୁ ସେ ଗଭୀରେ ଆକର୍ଷି

     ଚିର ଦିନ ମୋହୁ ଥାଏ |



Rate this content
Log in

Similar oriya poem from Romance