କାଶତଣ୍ଡି
କାଶତଣ୍ଡି
ଭୁଲିଯିବା..!!
କହିଲି..
ଚାଲ ସବୁ ଭୁଲିଯିବା
କିଛି ସମୟ
ପୁଣି ଥରେ ଫେରିଯିବା କି ?
ସେହି ଦୁନିଆକୁ
ଯେଉଁଠି କେହି କିଛି ମନେ ରଖି ନ ଥିଲେ..!!
ଆଉ ଆମେ ମଧ୍ୟ ସେମିତି
କିଛି ଆଉ ମନେ ନ ରଖି
ସବୁ କିଛି..ଟିକେ ଭୁଲିଯିବା !
ହଁ..ମନେ ସିନା ରଖିବାନି
ହେଲେ ଏ ମନର କଣ କରିବା ?
କହିଲା ସେ..
ମନ କଣ କେବେ କହିବା ମାନେ କି ?
କୁହ..ମନକୁ ଆମେ ଭଲା କିପରି ମନେଇବା ?
ଭୁଲିବା ଭୁଲିବା କହି
ଯେତେ କଥା ମନ ରଖିବାକୁ ହୁଏ
ଓଃ..ଥରେ ଭାବିଲ ଦେଖୁ
ସେକଥା ସବୁ ସତରେ କଣ କେବେ
ଭୁଲି ହେଇପାରେ ?
ଭୁଲିଯିବ କି କୁହ
ଅଜଣା ଭାଇରସଟେ ଆସି
ଜୀବନ ମୃତ୍ୟୁର ତାଣ୍ଡବ କରୁଛି ?
ଚନ୍ଦ୍ର ମଙ୍ଗଳର ଯାତ୍ରୀକୁ
ଅନାୟାସରେ..ବନ୍ଦୀ କରି ଦେଇଛି ?
ଭୁଲି ପାରିବକି କୁହ..
ତୁମକୁ ଯେ କେବେ ଭଲ ପାଇଛି ?
ନା ତାକୁ କେବେ ଭୁଲି ପାରିବ ?
ଯେ ତୁମ ବିଶ୍ଵାସରେ ଟୋପେ ବିଷ ମିଶେଇଛି ?
ଭୁଲି ଯିବକି ସତରେ..
ସ୍ୱପ୍ନର ଧ୍ଵଂସ ସ୍ତୁପରେ ଆଜିବି
ଆଶାର ଚାରା ବଞ୍ଚି ରହିଛି ?
ନା ଭୁଲି ପାରିବ କୁହ
କେମିତି ଜୀବନ ପରୀକ୍ଷା ନେଉଛି ?
ବଢି ଯାଉଥିଲା ଯୁକ୍ତି
ପାଇବାକୁ ତା ଠୁଁ ମୁକ୍ତି
କହିଲି..
ଯୋଡ଼ି ଦେଇ ସବୁ ଶକ୍ତି !
ସତରେ..
ଭୁଲି ପାରିବା ସହଜ କେବଳ
ଏଇ ଗୋଟିଏ ଶବ୍ଦ !
ଯେ ମୁଁ ..
ମୁଁ..କିଛି ଭୁଲି ପାରୁଛି ?