Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Classics Inspirational

3.3  

Sadananda Sahoo

Romance Classics Inspirational

କାଶତଣ୍ଡି ଫୁଲ

କାଶତଣ୍ଡି ଫୁଲ

1 min
417



ଶାନ୍ତି ମୈତ୍ରୀ ପ୍ରେମୀ ଶୁଭ୍ରା କାଶତଣ୍ଡି

ଶାରଦୀୟ ଉପହାର 

ପ୍ରକୃତି ରାଣୀର ରମ୍ୟକାନ୍ତି ଦାନ

ବିଭବ ଏ'ହୃଦୟର   ।


ପାର୍ବଣ ସମ୍ଭାରେ ମାତୃ ଆବାହନେ

ସ୍ଵାଗତ କରଇ ହସି  

ଶାରଦେ ପୁଷ୍ପିତ ଜନମନ ମିତ

ଶୁଭ୍ରାଅଙ୍ଗି ଶୁଭ୍ରା କେଶି   ।


ଆଶୀର୍ବାଦ ମିତ ସଭିଁଁଙ୍କ ସଙ୍ଗାତ

କଲ୍ୟାଣୀମୟୀ ଶୁଭ୍ରାଂଶି  

ପୁଷ୍ପିତ ପାଖୁଡା ଚାମରେ ସଜଡ଼ା

ଶୁଭାଶିଷ ଢାଳେ ବେଶି  ।


ନଦୀବନ୍ଧ ମାଳେ କାଶତଣ୍ଡି ହସେ

ଦୂରୁ ଦିଶେ ମନୋହର 

ଦର୍ଶନେ ବିଭୋର କବି ମଧ୍ୟ ସ୍ତବ୍ଧ

 ଅବର୍ଣ୍ଣନୀୟ. ସମ୍ଭାର ।


ଆହାକି ତା'ରୂପ ବର୍ଣ୍ଣନା ସାପେକ୍ଷ

ଅଭିଧାନେ ନାହିଁ ଶବ୍ଦ

କବିର ଲେଖନୀ ଯାଏବି ଅଟକି

ଶୋଭାରେ ହୋଇ ବିମୁଗ୍ଧ ।


ଶୁଭ୍ରାଂଶି ମାନସୀ ପ୍ରୀୟା କାଶତଣ୍ଡି

ପ୍ରେମର ଅମ୍ଳାନ ଜ୍ଯୋତି 

ନିକାଞ୍ଚନ ସ୍ଥାନେ ପ୍ରେମ ଉପଚାରେ

ଦ୍ଵିଗୁଣିତ କରେ ପ୍ରୀତି  ।


ଥିରି ଥିରି ବାଆ ସତେ ପ୍ରୀତି ଛୁଆଁ

ମଥାନତ କରେ ହସି  

ଧରଣୀ ମାଆର ଅଲିଅଳି ଝିଅ

ଗେଲ ହୁଏ ବୋଧେ ବେଶି   ।


ଧଳା ଓଢ଼ଣୀକୁ ସବୁଜ ଗାଲିଚା

ଚିକିମିକ ସୁନା ଖରା   

ଚହଟେ ଚମକେ ଲମ୍ବା ଶୁଭ୍ରକେଶ

ପ୍ରେମମୟ  ହୁଏ ଧରା   ।


କାଶ ତଣ୍ଡି ଫୁଲ ମାଗେ ପ୍ରେମ ମୂଲ

ପ୍ରେମପ୍ରେମୀ  ଅନୁଗତ

ପ୍ରେମ ନୁ6ହଁ ହିଂସା ପ୍ରେମ ନୁ6ହଁ ଈର୍ଷା

ହୃଦୟି ଦରଦୀ ମିତ ।


Rate this content
Log in

Similar oriya poem from Romance