STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

"କାଶତଣ୍ଡି ଖେଳ"

"କାଶତଣ୍ଡି ଖେଳ"

1 min
257

ସୁନୀଳ ଆକାଶେ

   ସୁଲୁ ସୁଲୁ ବାଆ ସାଥେ

କାଶତଣ୍ଡି ଖେଳ

    ମନ ଯାଏ ତାର ପାଶେ


ସତେ କି ସୁନ୍ଦର

    ଧୋବ ଫର ଫର ହୋଇ

ନିତି ଢେଉ ଖେଳେ

     ଦୂରକୁ ଦୂରକୁ ଯାଇ


ଥରେ ଦେଖି ଦେଲେ

     ସୁନ୍ଦର ରୂପଟି ତାର

ଖୁସିରେ ନାଚଇ

      ହତାଶ ମନଟି ମୋର


କି କହିବି ମୁହିଁ

      ତା ପ୍ରେମେ ଯାଇଛି ପଡି

ଯେତେ ଚାହିଁଲେ ବି

       ନଜର ଯାଉନି ଛାଡି


ନିତି ଡାକେ ସିଏ

       କେତେ ଯେ ଇଶାରା ଦେଇ

ଭାରି ଖୁସି ମୁହିଁ

       ତା ରୂପ ଦର୍ଶନ ପାଇ


ଇଚ୍ଛା ହୁଏ ମୋର

       ତୋଳନ୍ତି ଏମିତି ଘର

ସଦା ତା ଦର୍ଶନେ

       ହୁଅନ୍ତି ଆତ୍ମ ବିଭର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract