କାର୍ତ୍ତିକ ପୂର୍ଣ୍ଣମୀ
କାର୍ତ୍ତିକ ପୂର୍ଣ୍ଣମୀ
କଦଳୀ ପଟୁକା ସାଥେ
ଆ କା ମା ଭୈ ଗୀତେ
ଯା ଡ଼ଙ୍ଗା ମୋ ଭାସି ଯାଆ
ଯେମିତି ଜାଭା ଦ୍ବୀପକୁ ଅତୀତେ
ଧନ ଦରବ ଆଣୁଥିଲୁ ବୋହି
ନୌବାଣିଜ୍ୟ ତାହା କହି
ବହିରେ ପଢୁଛି ମୁହିଁ
ସବୁ ଜାଣୁ ବୁଢୀମା ତୁହି
କହିଦେ ଅତୀତ କାହାଣୀ
ଶୁଣି ଧନ୍ୟ ହେବି ମୁହିଁ
ଜେଜୀ କହେ ଓଡ଼ିଆ ପୁଅ
ବୀର ପାଇକ ସେ ବଣିକ
ତା ସରି କେହି ନୁହଁ
ବାଣିଜ୍ୟ ବସତି ଲଷ୍ମୀ
ଓଡ଼ିଆ ପୁଅର ଶକ୍ତି ସଂସ୍କୃତି
ଅତୀତ ଯାଇଛି ହୋଇ
ତାହା ମନେ ପକାଇବା ପାଇଁ
କାର୍ତ୍ତିକ ମାସରେ ହବିଷ ଖାଇ
ପୂର୍ଣ୍ଣମିରେ ଡଙ୍ଗା ଭସାଇ
ମନେ ପକାଇବା ପାଇଁ
ବାରମାସେ ତେର ଯାତ ଜଗନ୍ନାଥ
ସଂସ୍କୃତିରେ ଲେଖିଦେଇ
ପାଳୁଛୁ ଶ୍ରଦ୍ଧାରେ ଭକ୍ତି ପ୍ରୀତିରେ
କାର୍ତ୍ତିକ ମାହାତ୍ମ୍ୟ କହି
ଚଉରା ମୂଳରେ ଜଗନ୍ନାଥ ଚିତ୍ର ଆଙ୍କି
ଆକାଶେ ଜାଳୁ ଦୀପ ନିତି
ପରମ୍ପରା ଆମ ଏହି ।