STORYMIRROR

Amita Dash

Inspirational Children

2  

Amita Dash

Inspirational Children

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
110


କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ଡ଼ଙ୍ଗା ସଜଡ଼ା ଯାଏ।

ଡଙ୍ଗାରେ ପାନଗୁଆ ବତୀ ରଖାଯାଏ।

ପାହାନ୍ତିଆ ରୁ ଉଠି ବୁଡପକାଇ ଡଙ୍ଗାଦିଏ।

ସକାଳୁ ସକାଳୁ ଗୋଠେଶ୍ବର ଦର୍ଶନ କରି ଯାଏ।

ବାପା ଦେଇଥାନ୍ତି ଟଙ୍କାଏ ଲେଖେ।

ସବୁ ଭାଇଭଉଣୀ ପକାଇବାକୁ ଠାକୁର ପାଖେ।

ନାନୀସହ ମିଶି ଚଉରାଲିପି ମୁରୁଜ ପକାଏ।

ଯାହା ଘରେ ଝିଅ ନ ଥାନ୍ତି ତାଙ୍କ ଘରେ ଯାଇ ପକାଉ ଚିତା ଝିଅ ମାନେ ମିଶି ସଭିଏଁ।

ଡଙ୍ଗାଭସା ଇଲାବେଳେ ହୁଳହୁଳି,ଆକାମାବୈର ଗୀତ ସମସ୍ତଙ୍କ ପୋଖରୀ ପାଖେ ଶୁଭୁଥାଏ।

ମୁଁ ସବୁବେଳେ ଓଲଟା ଗାଏ।

ଆକାମାବୈ ପାନ ଗୁଆ ଖାଇ

ପାନ ଗୁଆ ମୋର,ମାସକ ଧର୍ମ ତୋର।

ଗୋଟିଏ ଦିନ ପାନ ଗୁଆ ମିଳୁଚି।

ହାତଛଡ଼ା କରିବା ବୋକାମି ଭାବୁଚି।

ରାହାସ ଦାଣ୍ଡ ଓଳା,ମଣ୍ଡପ ସଜଡ଼ା ଦିନ ତମାମର କାମ ଲାଗେ।

ସବୁଠୁ ନିଆରା ଅନୁଭୂତି ହୁଏ ସଞ୍ଜବେଳେ ଆକାଶ ଦୀପ ଉଠାରେ।

କଣା ମାଟି ହାଣ୍ଡିରେ ଦୀପ ଉପରକୁ ଉଠୁଥିବା ଦୃଶ୍ୟ ସତରେ ମନମୋହକ ଲାଗେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational